Odisha Elections 2024
Posted inଫୁରସତ

୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ

ନୂଆଦିଲ୍ଲୀ

ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ ରୋଗରେ ଆକ୍ରାନ୍ତ। ୨୦୫୦ ବେଳକୁ ପୃଥିବୀ ଜନସଂଖ୍ୟାର ୧.୩ ବିଲିୟନ୍‌ ଅର୍ଥାତ୍‌ ୧୩୦ କୋଟି ଲୋକ ମଧୁମେହରେ ଆକ୍ରାନ୍ତ ହେବେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି, ଯାହା ୨୦୨୧ ସୁଦ୍ଧା ୫୨୯ ମିଲିୟନ୍‌ ଅର୍ଥାତ୍‌ ୫୨୯୦ ଲକ୍ଷ ମଧୁମେହ ପୀଡ଼ିତ ଲୋକସଂଖ୍ୟାର ଦୁଇଗୁଣ ହେବ। ଦି ଲାନସେଟ୍‌ର ଅନୁସନ୍ଧାନରୁ ପ୍ରକାଶିତ ନୂତନ ଆକଳନ ଅନୁସାରେ, ଆଗାମୀ ୩୦ ବର୍ଷ ମଧ୍ୟରେ କୌଣସି ଦେଶରେ ମଧୁମେହ ହାର ହ୍ରାସ ପାଇବ ବୋଲି ଆଶା କରାଯାଉନି। ସଚେତନତା ବୃଦ୍ଧି, ବହୁରାଷ୍ଟ୍ରର ପ୍ରୟାସ ସତ୍ତ୍ୱେ ମଧୁମେହ ରୋଗ ବିଶ୍ୱସ୍ତରୀୟ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପୃଥିବୀରେ ମଧୁମେହ ରୋଗ, ଅସୁସ୍ଥତା ଏବଂ ମୃତ୍ୟୁହାର ବୃଦ୍ଧି ପାଉଛି ବୋଲି ଦି ଲାନସେଟ୍‌ରେ ପ୍ରକାଶ ପାଇଛି। ଗତ ସପ୍ତାହରେ ଦି ଲାନସେଟ୍‌ର ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୪୫ ସୁଦ୍ଧା ମଧୁମେହ ରୋଗରେ ଆକ୍ରାନ୍ତ ତିନି ଚତୁର୍ଥାଂଶରୁ ଅଧିକ ବୟସ୍କ ସ୍ବଳ୍ପ ଏବଂ ସାଧାରଣ ଆୟ କରୁଥିବା ଦେଶରେ ରହିବେ, ଯେଉଁମାନଙ୍କ ମଧ୍ୟରୁ ୧୦ରୁ ଜଣେ କମ୍‌ ମଧୁମେହ ଚିକିତ୍ସା ପାଇବେ। ଅନୁସନ୍ଧାନକାରୀଙ୍କ ଅନୁସାରେ, କୋଭିଡ୍‌ ମହାମାରୀ ବିଶ୍ୱରେ ମଧୁମେହ ଅସମାନତାକୁ ସଂଖ୍ୟା ବଢାଇଦେଇଛି। ବିଶେଷକରି ମଧୁମେହ ରୋଗୀ, ଅନୁସୂଚିତ ଜାତି ଜନଜାତିଙ୍କ ଦ୍ୱାରା ସଂକ୍ରମଣର ଭୟକୁ ବଢାଇଦେଇଛି। ବର୍ତ୍ତମାନ ସମୟରେ ମଧୁମେହ ସବୁଠାରୁ ବଡ଼ ଜନସ୍ବାସ୍ଥ୍ୟ ବିପଦ ମଧ୍ୟରୁ ଗୋଟେ ହୋଇପଡ଼ିଛି। ଆସନ୍ତା ତିନି ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ଦେଶ, ବୟସବର୍ଗ, ଯୌନ ସମ୍ପର୍କରେ ଆକ୍ରମଣାତ୍ମକ ବୃଦ୍ଧି ଘଟିବାକୁ ଯାଉଛି, ଯାହା ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟସେବା ପାଇଁ ବଡ଼ ଆହ୍ବାନ ହେବ ବୋଲି ଦି ଲାନସେଟ୍‌ର ଲେଖକ ଶିବାନୀ ଅଗ୍ରୱାଲ ଆମେରିକାରେ ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri