Posted inଫୁରସତ

୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ

ନୂଆଦିଲ୍ଲୀ

ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ ରୋଗରେ ଆକ୍ରାନ୍ତ। ୨୦୫୦ ବେଳକୁ ପୃଥିବୀ ଜନସଂଖ୍ୟାର ୧.୩ ବିଲିୟନ୍‌ ଅର୍ଥାତ୍‌ ୧୩୦ କୋଟି ଲୋକ ମଧୁମେହରେ ଆକ୍ରାନ୍ତ ହେବେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି, ଯାହା ୨୦୨୧ ସୁଦ୍ଧା ୫୨୯ ମିଲିୟନ୍‌ ଅର୍ଥାତ୍‌ ୫୨୯୦ ଲକ୍ଷ ମଧୁମେହ ପୀଡ଼ିତ ଲୋକସଂଖ୍ୟାର ଦୁଇଗୁଣ ହେବ। ଦି ଲାନସେଟ୍‌ର ଅନୁସନ୍ଧାନରୁ ପ୍ରକାଶିତ ନୂତନ ଆକଳନ ଅନୁସାରେ, ଆଗାମୀ ୩୦ ବର୍ଷ ମଧ୍ୟରେ କୌଣସି ଦେଶରେ ମଧୁମେହ ହାର ହ୍ରାସ ପାଇବ ବୋଲି ଆଶା କରାଯାଉନି। ସଚେତନତା ବୃଦ୍ଧି, ବହୁରାଷ୍ଟ୍ରର ପ୍ରୟାସ ସତ୍ତ୍ୱେ ମଧୁମେହ ରୋଗ ବିଶ୍ୱସ୍ତରୀୟ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପୃଥିବୀରେ ମଧୁମେହ ରୋଗ, ଅସୁସ୍ଥତା ଏବଂ ମୃତ୍ୟୁହାର ବୃଦ୍ଧି ପାଉଛି ବୋଲି ଦି ଲାନସେଟ୍‌ରେ ପ୍ରକାଶ ପାଇଛି। ଗତ ସପ୍ତାହରେ ଦି ଲାନସେଟ୍‌ର ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୪୫ ସୁଦ୍ଧା ମଧୁମେହ ରୋଗରେ ଆକ୍ରାନ୍ତ ତିନି ଚତୁର୍ଥାଂଶରୁ ଅଧିକ ବୟସ୍କ ସ୍ବଳ୍ପ ଏବଂ ସାଧାରଣ ଆୟ କରୁଥିବା ଦେଶରେ ରହିବେ, ଯେଉଁମାନଙ୍କ ମଧ୍ୟରୁ ୧୦ରୁ ଜଣେ କମ୍‌ ମଧୁମେହ ଚିକିତ୍ସା ପାଇବେ। ଅନୁସନ୍ଧାନକାରୀଙ୍କ ଅନୁସାରେ, କୋଭିଡ୍‌ ମହାମାରୀ ବିଶ୍ୱରେ ମଧୁମେହ ଅସମାନତାକୁ ସଂଖ୍ୟା ବଢାଇଦେଇଛି। ବିଶେଷକରି ମଧୁମେହ ରୋଗୀ, ଅନୁସୂଚିତ ଜାତି ଜନଜାତିଙ୍କ ଦ୍ୱାରା ସଂକ୍ରମଣର ଭୟକୁ ବଢାଇଦେଇଛି। ବର୍ତ୍ତମାନ ସମୟରେ ମଧୁମେହ ସବୁଠାରୁ ବଡ଼ ଜନସ୍ବାସ୍ଥ୍ୟ ବିପଦ ମଧ୍ୟରୁ ଗୋଟେ ହୋଇପଡ଼ିଛି। ଆସନ୍ତା ତିନି ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ଦେଶ, ବୟସବର୍ଗ, ଯୌନ ସମ୍ପର୍କରେ ଆକ୍ରମଣାତ୍ମକ ବୃଦ୍ଧି ଘଟିବାକୁ ଯାଉଛି, ଯାହା ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟସେବା ପାଇଁ ବଡ଼ ଆହ୍ବାନ ହେବ ବୋଲି ଦି ଲାନସେଟ୍‌ର ଲେଖକ ଶିବାନୀ ଅଗ୍ରୱାଲ ଆମେରିକାରେ ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri