Posted inଜାତୀୟ

୨୦୫୦ ସୁଦ୍ଧା ଶହେ କୋଟି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେବେ

ନୂଆଦିଲ୍ଲୀ,୨୩।୮: ବିଶ୍ୱର ପ୍ରାୟ ଶହେ କୋଟିରୁ ଊର୍ଦ୍ଧ୍ୱ ଲୋକ ୨୦୫୦ ସୁଦ୍ଧା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହେବେ, ଯାହା ସାଧାରଣତଃ ଗଣ୍ଠିକୁ ଅଧିକ ସଂକ୍ରମିତ କରିବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୫% ଲୋକ ବର୍ତ୍ତମାନ ଏହି ରୋଗରେ ପୀଡ଼ିତ। ୩୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସ ଲୋକଙ୍କ ସ୍ବାସ୍ଥ୍ୟ ଉପରେ (୧୯୯୦ ରୁ ୨୦୨୦) ୩୦ ବର୍ଷ ଧରି ଏହି ସର୍ଭେ କରାଯାଇଥିଲା। ଏଥିରୁ ଏକଥା ପ୍ରମାଣିତ ହୋଇଛି। ୨୦୨୦ରେ ୫୯୫ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା, ଯାହା ୧୯୯୦ରେ ୨୫୬ ନିୟୁତ ଥିଲା। ୧୯୯୦ରୁ ୨୦୨୦ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା ପ୍ରାୟ ୧୩୨% ବୃଦ୍ଧି ପାଇଥିଲା। ଆମେରିକାର ସ୍ବାସ୍ଥ୍ୟ ମୂଲ୍ୟାଙ୍କନ ସଂସ୍ଥାନ(ଆଇଏଚଏମ୍‌ଇ)ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏହା ୨୦୨୧ରେ ବିଶ୍ୱ ଜନସଂଖ୍ୟା ଉପରେ ରୋଗର ପ୍ରଭାବକୁ ନେଇ କରାଯାଇଥିବା ସର୍ଭେର ଏକ ଅଂଶ ଥିଲା। ମେଦବହୁଳ ଲୋକଙ୍କୁ ଆଣ୍ଠୁଗଣ୍ଠିବାତ ରୋଗ ଅଧିକ ମାତ୍ରାରେ ହେଉଥିବା ଏହି ସର୍ଭେରେ ଜଣାପଡ଼ିଥିଲା। ଲୋକସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଲୋକେ ଦୀର୍ଘାୟୁ ହେଉଛନ୍ତି। ଏଭଳି ସ୍ଥିତିରେ ଆମକୁ ସ୍ବାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ଆଇଏଚ୍‌ଏମ୍‌ଇର ବୈଜ୍ଞାନିକ ଜେମି ଷ୍ଟେଇନମେଜ୍‌ କହିଛନ୍ତି। ମେଦବହୁଳତା ତଥା ପୃଥୁଳ ଶରୀର ଆଣ୍ଠୁଗଣ୍ଠି ବାତ ରୋଗର ମୁଖ୍ୟ କାରଣ ବୋଲି କୁହାଯାଉଛି। ୧୯୯୦ରେ ୧୬% ମେଦବହୁଳ ରୋଗୀଙ୍କ ମଧ୍ୟରେ ଏହି ରୋଗ ଦେଖାଯାଉଥିବାବେଳେ ୨୦୨୦ ବେଳକୁ ଏହି ମାତ୍ରା ୨୦%କୁ ବୃଦ୍ଧି ପାଇଛି। ଯଦି ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ମେଦବହୁଳ ରୋଗକୁ ରୋକାଯାଇପାରିବ, ତେବେ ଏହି ରୋଗର ମାତ୍ରା ୨୦%ରେ ସୀମିତ ରହିବ ବୋଲି ସର୍ଭେରେ କୁହାଯାଇଛି। ଶାରୀରିକ ପରିଶ୍ରମ ନ କରିବା ମେଦବୃଦ୍ଧିର ମୂଳକାରଣ ହୋଇଥିବାବେଳେ ଏହା କ୍ରମେ ଆଣ୍ଠୁଗଣ୍ଠିକୁ ସଂକ୍ରମିତ କରିଥାଏ ବୋଲି କୁହାଯାଉଛି। ସେହିପରି ପୁରୁଷଙ୍କ ତୁଳନାର ମହିଳାମାନେ ଏହି ରୋଗରେ ଅଧିକ ପୀଡ଼ିତ ହୋଇଥାନ୍ତି ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି। ୨୦୨୦ରେ ୬୧% ମହିଳା ଏବଂ ୩୯% ପୁରୁଷ ଏହି ରୋଗରେ ପୀଡ଼ିତ ଥିଲେ। ଏହା ହେଉଛି ଏହି ରୋଗର ଲିଙ୍ଗଗତ ବ୍ୟବଧାନ। ତେବେ କେଉଁ କାରଣରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଉଛି ସେନେଇ ଅଧ୍ୟୟନ ଚାଲିଛି। କିନ୍ତୁ ଗବେଷକମାନେ ବିଶ୍ୱାସ କରୁଛନ୍ତି, ବଂଶାନୁକ୍ରମିକ ହରମୋନାଲ ବ୍ୟବଧାନ ଏହି ରୋଗ ସଂକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ସୁଦ୍ଧା ଏହି ରୋଗର ସଫଳ ଚିକିତ୍ସା ହୋଇପାରୁନଥିବାବେଳେ ସତର୍କତା ଏବଂ ଆଗୁଆ ପଦକ୍ଷେପ ଏହି ରୋଗକୁ ଜଟିଳ ହେବାରୁ ରୋକାଯାଇପାରିବ। ଏହା ବ୍ୟତୀତ ଆଣ୍ଠୁ ପ୍ରତିରୋପଣ ଭଳି ଖର୍ଚ୍ଚାନ୍ତ ଚିକିତ୍ସା ମଧ୍ୟ ଆପଣାଇପାରିବ କିନ୍ତୁ ଏହା ନିମ୍ନ ଓ ମଧ୍ୟ ଆୟକାରୀ ଲୋକଙ୍କ ଲାଗି ସମ୍ଭବ ନୁହେଁ ବୋଲି ଏହି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri