୨୦୫୦ ସୁଦ୍ଧା ନିଶ୍ଚିହ୍ନ ହେବ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୧୭।୧୨ (ଡି.ଏନ୍‌.ଏ.):ବ୍ରାହ୍ମଣୀ ଓ ଖରସ୍ରୋତାର ମଧୁର ଜଳ ପରିମାଣ କମୁଛି। ମୌସୁମୀ ସମୟରେ ଭିତରକନିକାର ହେନ୍ତାଳ ବଣ ପାଇଁ ୭୦ ପ୍ରତିଶତ ଜଳ ଆବଶ୍ୟକ ଥିବା ବେଳେ ଏବେ ୪୦ ପ୍ରତିଶତ ରହିଛି। ସେହିପରି ଅଣମୌସୁମୀ ସମୟ ଜାତୀୟଉଦ୍ୟାନର ସମସ୍ୟାକୁ ଅଧିକ ଜଟିଳ କରିଛି। ଏହି ସମୟରେ ମାତ୍ର ୧୫ ପ୍ରତିଶତ ପାଣି ଭିତରକନିକାର ହେନ୍ତାଳବଣ ପାଉଛି। ଏପରି ଧାରା ଆଗକୁ ଜାରି ରହିଲେ ୨୦୫୦ ସୁଦ୍ଧା ଏହି ଜାତୀୟ ଉଦ୍ୟାନ ଶ୍ରୀହୀନ ହେବ। ଏପରି କି ଜିଲା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ହରାଇବ। ଭିତରକନିକା ରାମସାର ସାଇଟ ସମନ୍ବିତ ପରିଚାଳନାରେ ଜଳ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ବିଶେଷଜ୍ଞମାନେ ଏପରି ମତ ଦେଇଛନ୍ତି।
ଭିତରକନିକା ହେନ୍ତାଳ ବଣ ପରିଚାଳନା ପାଇଁ ଆୟୋଜିତ ଏହି କର୍ମଶାଳା ରାଜନଗର ବ୍ଲକ ଗୁପ୍ତିଠାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଗବେଷକ ବୈଜ୍ଞାନିକ ଡ. ଗୁରୁଦୀପ ରସ୍ତୋଗୀ କହିଥିଲେ, ଭିତରକନିକା ଲୁଣାଜଙ୍ଗଲ ଜୈବ ବିବିଧତାରେ ସୀମିତ ନୁହେଁ। ଆଦ୍ରଭୂମିର ଉପକାରିତା ମଣିଷ ସମାଜ ପାଇଁ ସାମ୍ପ୍ରତିକ ସମୟରେ ଜରୁରୀ ହୋଇପଡିଛି। ଏହି ଅବସରରେ ବୃତ୍ତଚିତ୍ର ମାଧ୍ୟମରେ ଏହି ଅଞ୍ଚଳକୁ ଆସୁଥିବା ମଧୁର ଜଳର ହ୍ରାସ ସମ୍ପର୍କରେ ବିସ୍ତୃତ ବିବରଣୀ ସେ ଉପସ୍ଥାପିତ କରିଥିଲେ। ଶିଳ୍ପରେ ନଦୀପାଣିର ଉପଯୋଗିତା, ରାଷ୍ଟ୍ରାୟତ୍ତ କମ୍ପାନୀର ଜଳ ଶୋଷଣ, ନଦୀ ଶଯ୍ୟାର ଉନ୍ନତୀକରଣ ନ ହେବା, ନଦୀପଥରେ ଜବରଦଖଲ ଆଦି ଜଳସ୍ରୋତର ହ୍ରାସର କାରଣ ବୋଲି ଦର୍ଶାଇବା ସହ ଏନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ମଧୁରଜଳର ଦ୍ରୁତ ହ୍ରାସ ଦ୍ୱାରା ଭିତରକନିକାର ହେନ୍ତାଳ ବଣ ସମେତ ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା ବୈଜ୍ଞାନିକ ରସ୍ତୋଗୀ ସାଧାରଣରେ ସତର୍କ କରାଇଥିଲେ। ଏହି କର୍ମଶାଳାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଖୁସୱନ୍ତ ସିଂହ କହିଥିଲେ, ରାଜ୍ୟରେ ଥିବା ଭିତରକନିକା ଓ ଚିଲିକା ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କାରଣରୁ ଖ୍ୟାତି ଅର୍ଜନ କରିଛି। ଏଠାରେ ଥିବା ପରିବେଶ ବନ୍ୟ ଜୀବଜନ୍ତୁଙ୍କ ସହିତ ସାମୁଦ୍ରିକ ପ୍ରାଣୀ ପାଇଁ ଉପଯୁକ୍ତ। ବିଦେଶାଗତ ପକ୍ଷୀଙ୍କ କଳରବ, ଗହୀରମଥାର ବିରଳ ଅଲିଭ ରିଡଲେଙ୍କ ପ୍ରଜନନ ସ୍ଥଳ, ଲୁଣା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ତେବେ ଲୁଣା ପାଣି ସହିତ ଆନୁପାତିକ ଭାବେ ମିଶୁଥିବା ମଧୁର ଜଳ ଏବେ ହେନ୍ତାଳବଣ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ହେନ୍ତାଳ ବଣ ସୁରକ୍ଷାରେ ତଟବର୍ତ୍ତୀ ଜିଲା ସୁନାମିରୁ ରକ୍ଷା ପାଇବ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ଭିତରକନିକା ପ୍ରତି ଚିଙ୍ଗୁଡି ଘେରିର ବିପଦ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର ଉଲ୍ଲେଖ କରିଥିଲେ। ସେହିପରି ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପରିବେଶବିତ୍‌ ଶ୍ରୀକାନ୍ତ ନାୟକ ବିରୋଧ କରିବା ସହିତ ପରିବେଶବିତ୍‌ ବିରଜା ପ୍ରସାଦ ପତି, ବିଜୟ କବି, ବୁଦ୍ଧିଜୀବୀ ଭାସ୍କର ରାଉତରାୟ ପ୍ରମୁଖ ଇକୋ ସେନସେଟିଭ ଜୋନର ସୁରକ୍ଷା ପାଇଁ ମାଷ୍ଟର ପ୍ଲାନର ଆବଶ୍ୟକତା ସମ୍ପର୍କରେ ମତ ଦେଇଥିଲେ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ରାଜନଗର ବନ ବିଭାଗ ଓ ଦିଲୀସ୍ଥିତ ଜିଇଜେଡ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ଅଧ୍ୟକ୍ଷତା କରି ଭିତରକନିକାର ଜୈବ ବିବିଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାକୁ ରାଜନଗର ବନବିଭାଗର ପ୍ରମୁଖ ଅଧିକାରୀମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri