Categories: ଜାତୀୟ

‘ତେଜସ ବିମାନ କିଣିବା ଦ୍ବାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’

ନୂଆଦିଲ୍ଲୀ,୧୪।୧: ସେନାର ଭେଟେରାନ୍ସ ଡେ’ ପାଳନ ଅବସରରେ ଅନୁଷ୍ଠିତ ସମାରୋହରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ ଦେଶବାସୀଙ୍କୁ ୮୩ଟି ତେଜସ ବିମାନ କିଣିବା ଦ୍ୱାରା ଦେଶରେ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ। ଏହା ପୂର୍ବରୁ ସେ କହିଥିଲେ, ଭାରତୀୟ ବାୟୁସେନା ପାଖକୁ ୮୩ ତେଜସ ବିମାନ ଆସିବା ଦ୍ବାରା ବାୟୁସେନାର ଶକ୍ତିବୃଦ୍ଧି ପାଇବ। ତେଜସ ଉତ୍ପାଦନ ପାଇଁ ହାଲ ପକ୍ଷରୁ ଇତିମଧ୍ୟରେ ନାସିକ ଓ ବାଙ୍ଗାଲୁରୁ କାରଖାନା ପରିସରରେ ଅତିରିକ୍ତ କାରଖାନା ସ୍ଥାପନ କରାଯାଇଛି ।

Share