‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ବିଶେଷକରି ଧନ୍‌ତେରସ୍‌ରେ ସୁନା, ରୂପା ବାସନ ଏବଂ ଯାନବାହାନ କିଣିବା ଏବଂ ଜମି କିଣିବା ଆଦିରେ ନିବେଶ କରିବା ଶୁଭ ବୋଲି କୁହାଯାଏ। ଜ୍ୟୋତିଷଶାସ୍ତ୍ରରେ ଏପରି ୫ ଜିନିଷ ରହିଛି ଯାହାକୁ ବିଶେଷଭାବେ ଧନ୍‌ତେରସ୍‌ରେ ନିଶ୍ଚିତ କିଣିବା ଉଚିତ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନର ଅଭାବ ରହି ନ ଥାଏ।

କୁଙ୍କୁମ: ଧନ୍‌ତେରସରେ କୁଙ୍କୁମ ନିଶ୍ଚୟ କିଣନ୍ତୁ। ଏହାକୁ କିଣିବା ପରେ ମା’ ଲକ୍ଷ୍ମୀଙ୍କ ପାଦ ତଳେ ଅର୍ପଣ କରିଦିଅନ୍ତୁ। ନିଜେ ମଧ୍ୟ ପରେ ତାକୁ ଲଗାନ୍ତୁ।

ମା’ ଲକ୍ଷ୍ମୀଙ୍କ ପାଦଚିହ୍ନ: ଧନ୍‌ତେରସ୍‌ରେ ଘରେ ଲକ୍ଷ୍ମୀଙ୍କ ପାଦଚିହ୍ନ ଅଙ୍କନ କରନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ। ପାଦଚିହ୍ନ ଲଗାଇବା ପୂର୍ବରୁ ଲକ୍ଷ୍ମୀଙ୍କ ଆରତୀ ନିଶ୍ଚୟ କରନ୍ତୁ।

ଦୀପ: ଦୀପାବଳି ପୂର୍ବରୁ ଧନ୍‌ତେରସ୍‌ ଦିନ ଦୀପ ଲଗାନ୍ତୁ। ଏଣୁ ଏହି ଦିନ ଦୀପ କିଣିବାର ପରମ୍ପରା ରହିଛି। ଏଥିସହ ରାତିରେ ଶୋଇବା ପୂର୍ବରୁ ଏକ ଦୀପକୁ ଦକ୍ଷିଣ ଦିଗକୁ ମୁହଁରଖି ଲଗାଇଦିଅନ୍ତୁ। ଏହାଦ୍ୱାରା ଅକାଳ ମୃତ୍ୟୁ ଯୋଗରୁ ରକ୍ଷା ମିଳିଥାଏ।

ବାତ୍‌ସା: ଧନ୍‌ତେରସ ଦିନ ବାତ୍‌ସା କିଣିବା ଶୁଭ। ଏହାକୁ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।

ଛୋଟ ଛୋଟ ଧନିଆ: ଧନ୍‌ତେରସରେ ଛୋଟ ଧନିଆ କିଣନ୍ତୁ। ଏହାକୁ ଲକ୍ଷ୍ମୀଙ୍କୁ ଅର୍ପଣ କରି ପରିଣାମ ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri