Posted inଜାତୀୟ

କବାଡିରୁ ବୋତଲ କିଣି ଶସ୍ତା ହ୍ବିସ୍କି ସହ ଚା’ ପାଣି ମିଶାଇ ଇମ୍ପୋଟେଡ କହି ବିକ୍ରି କରୁଥିଲେ ମଦ

ଗାନ୍ଧିନଗର,୧୪।୧: ଗୁଜୁରାଟ ସହରରେ ନକଲି ମଦ ବିକ୍ରୟ କରୁଥିବା ପୋଲିସ ଏକ ର୍ୟରକେଟକୁ ଠାବ କରିଛି। ସେମାନେ ମହଙ୍ଗା ଇମ୍ପେରଟେଡ ହୋଇଥିବା ବ୍ରାଣ୍ଡ ହ୍ବିସ୍କି ଭଳି ଶସ୍ତା ମଦ ବିକ୍ରି କରୁଥିଲେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସେମାନେ ପ୍ରକୃତ ରଙ୍ଗ ଦେବା ପାଇଁ ସେଥିରେ ସିଝା ଚା’ ପାଣି ମିଶାଉଥିଲେ। ନକଲି ମଦ ଯାହାକୁ ଲୋକମାନେ ବିଦେଶୀ ଜାମ ଭାବି ସ୍ପୁ କରୁଥିଲେ ପ୍ରକୃତରେ ଶସ୍ତା ମଦ ସହିତ ସିଝା ଚା’ ପାଣି ମିଶାଯାଉଥିଲା। ଭଦୋଦରର ସାୟାଜିଗଞ୍ଜ ପୋଲିସ ଏମିତି ଏକ ର଼୍ୟାକେଯକୁ ଧରିଛି। ପୋଲିସ କଲ୍ୟାଣ ନଗର ଅଞ୍ଚଳର ଏକ ଘରେ ଚଢାଉ କରି ନକଲି ମଦ ବିକ୍ରି କରୁଥିବା ଏକ ର଼୍ୟାକେଟକୁ ଧରିଛି। ସମ୍ପୂର୍ଣ୍ଣ ପରିବାର ଏହି ଜାଲିଆତିରେ ସମ୍ପୃକ୍ତ ଥିଲେ। କେତେକ ସଦସ୍ୟ ଗିରଫ ହୋଇଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପାରିବାରିକ ବ୍ୟବସାୟ ଭାବରେ ନକଲି ମଦ କାରବାର ବଢିବାରେ ଲାଗିଛି ଏବଂ ଏଥିରେ ସମ୍ପୃକ୍ତ ମହିଳାଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ସୟଦ ଶେଖ, ଶକିଲ ଏବଂ ରୁଖସାର ବୋଲି ଚିହ୍ନଟ କରାଯାଇଛି। ରୁଖସାସ ହେଉଛନ୍ତି ସୟଦଙ୍କ ବୋହୂ ଯିଏକି ସୟଦଙ୍କ ପୁଅ ସାଜିଦଙ୍କୁ ବିବାହ କରିଛନ୍ତି ଯିଏ ତାଙ୍କ ଭାଇ ସୋହିଲଙ୍କ ସହ ପଳାଇଛନ୍ତି। ଶକିଲ ବି ସଇଦଙ୍କ ପୁଅ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ମଦ ର ମୂଲ୍ୟ ୧୭,୭୩୪ ଟଙ୍କା। ଏହି ସମସ୍ତ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଏହି ଅଭିଯୁକ୍ତମାନେ ଚା ’ପାଣିରେ ଫୁଟାଇ ତା’ପରେ ଶସ୍ତା ମଦ ସହିତ ମିଶାଉଥିଲେ। ସଜାୟଜିଗଞ୍ଜ ପୋଲିସ ଇନ୍ସପେକ୍ଟର ଆର.ଜି ଜାଡେଜା କହିଛନ୍ତି ଯେ ଗୋଟିଏ ଶସ୍ତା ମଦ ବୋତଲରୁ ତିନୋଟି ଦାମୀ ହ୍ବିସ୍କି ତିଆରି କରାଯାଇଛି। ସେ କହିଛନ୍ତି, ଏହାକୁ ହ୍ବିସ୍କି ଭଳି ଦେଖାଯିବା ପାଇଁ ଏହାକୁ ସିଝା ଚା’ ପାଣିରେ ମିଶାଇ ଦିଆଯାଇଥିଲା। ଏହି ଚଢାଉ ସମୟରେ ପୋଲିସ ଘରୁ ଶସ୍ତା ହ୍ବିସ୍କି, ବିଦେଶୀ ବ୍ରାଣ୍ଡ ହ୍ବିସ୍କି ଏବଂ ଇଣ୍ଡିଆନ ବ୍ରାଣ୍ଡ ହ୍ବିସ୍କି ମଧ୍ୟ ପାଇଥିଲା। ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସ୍କ୍ରାପ ଡିଲରଙ୍କଠାରୁ ଖାଲି ବୋତଲ କିଣି ରିଫିଲ କରି ବିକ୍ରି କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଲକ୍ଷ ଲକ୍ଷ ମୋବାଇଲ ଫୋନରେ ହଠାତ ଏକକାଳୀନ ବାଜି ଉଠିଲା ସାଇରନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୫: ୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

US-Iran War: ଶେଷ ହେଲା ଆମେରିକା-ଇରାନ ଯୁଦ୍ଧ? US ସାଂସଦଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ଜାଣନ୍ତୁ ଡିଲକୁ ନେଇ କ’ଣ କହିଛନ୍ତି

ଓ୍ବାଶିଂଟନ,୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇନ ପ୍ରଣୟନକାରୀମାନଙ୍କୁ ସୂଚନା ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ଯୁଦ୍ଧ ଶେଷ ହୋଇଛି; ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ…

ସୁପ୍ରିମକୋର୍ଟରୁ TMCକୁ ଶକ୍ତ ଝଟକା, କୋର୍ଟ କହିଲେ, ‘କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଶ୍ୱାସ କରନ୍ତୁ’

ନୂଆଦିଲ୍ଲୀ,୨।୫: ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri