ଏମିତି କିଣନ୍ତୁ ଛତା…

ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଛତା କିଣିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ସମ୍ପର୍କରେ କେତୋଟି ଟିପ୍ସ…

ଛତା କିଣିବାର ମୂଳ ଲକ୍ଷ୍ୟ ହେଉଛି ବର୍ଷା ପାଣିରୁ ରକ୍ଷାପାଇବା। ତେଣୁ ଛତାଟି କିପରି ଆପଣଙ୍କୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଏହାର କପଡ଼ା ଯେପରି ଭଲ କ୍ୱାଲିଟିର ଏବଂ ଓ୍ବାଟରପ୍ରୁଫ୍‌ ହୋଇଥିବ ତାହା ଦେଖନ୍ତୁ। ନଚେତ୍‌ ଛତା ଭିଜିଯାଇ ପାଣି ପଡ଼ିବା ଦ୍ୱାରା ଆପଣଙ୍କୁ ଓଦା ହେବାକୁ ପଡ଼ିପାରେ।
ଛତା ଅଧିକ ଓଜନିଆ ହୋଇଥିଲେ ମଜଭୁତ ରହିବ ବୋଲି ଏଭଳି ଅନେକଙ୍କ ମନରେ ଧାରଣା ଥାଏ। ହେଲେ ଏଭଳି ଛତା ଅଧିକ ସମୟ ଧରିବା ଦ୍ୱାରା ହାତରେ କଷ୍ଟ ହୋଇଥାଏ। ତେଣୁ ଭଲ କ୍ୱାଲିଟିର ଲାଇଟ୍‌ ଓ୍ବେଟ୍‌ ଛତା ବାଛନ୍ତୁ।
ସୁନ୍ଦର ଦେଖାଯାଉଥିବା ଛତା ସଭିଙ୍କୁ ପସନ୍ଦ। ହେଲେ ଏହାକୁ କିଣିବା ବେଳେ କପଡ଼ାର ସିଲେଇ ସ୍ଥାନଗୁଡ଼ିକରେ ଯେପରି ପାଣି ଭିତରକୁ ଆସୁଥିବା ଭଳି ଛୋଟ ଛୋଟ କଣା ନ ଥାଏ ପରଖି ନିଅନ୍ତୁ।
କେବଳ ଏତିକି ନୁହେଁ, ଛତାର ବେଣ୍ଟ ବା ହ୍ୟାଣ୍ଡେଲ୍‌ ମଧ୍ୟ ଅନେକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହାକୁ ଆଖି ଆଗରେ ରଖି କମ୍ପାନୀଗୁଡ଼ିକ ଭଳିକି ଭଳି ଡିଜାଇନ୍‌ର ହ୍ୟାଣ୍ଡେଲ୍‌ ଥିବା ଛତା ପ୍ରସ୍ତୁତ କରୁଛନ୍ତି। ତେବେ ଏହାକୁ ଦେଖି ଛତା ବାଛିବା ବଦଳରେ ତାହା ଧରିବା ଲାଗି କମ୍ଫର୍ଟେବଲ୍‌ କି ନୁହେଁ ଦେଖନ୍ତୁ। ନଚେତ୍‌ ଅଧିକ ସମୟ ଏହାକୁ ବ୍ୟବହାର କଲେ ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ବର୍ତ୍ତମାନ ହାଲୁକା ଲାଗିବା ଲାଗି ପ୍ଲାଷ୍ଟିକ୍‌ କାଠି ଥିବା ଛତା ମାର୍କେଟ୍‌କୁ ଆସିଲାଣି। ତେବେ ଏହା କେତେ ମଜଭୁତ ଭଲ ଭାବେ ଦେଖିନିଅନ୍ତୁ। ନଚେତ୍‌ କେବେକେବେ ପବନରେ ଛତାର କାଠିଗୁଡ଼ିକ ଓଲଟି ପଡୁଥିବାରୁ ଏଭଳି ଛତା ଶୀଘ୍ର ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ମଜଭୁତ ତଥା ଷ୍ଟିଲ୍‌ କାଠିଥିବା ଛତା ବାଛନ୍ତୁ।
ବ୍ୟାଗ୍‌ରେ କ୍ୟାରି କରିବା ସହଜ ହେଉଥିବାରୁ ୨-୩ ଫୋଲ୍ଡ ଛତା ଅନେକେ ପସନ୍ଦ କରନ୍ତି। ତା’ଛଡା ଏହା ଦେଖିବାକୁ ମଧ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ହେଲେ ଏସବୁ ଶୀଘ୍ର ଭାଙ୍ଗିବାର ଆଶଙ୍କା ବେଶୀ। ତେଣୁ ଏଭଳି ଛତା କିଣିବା ବେଳେ ଏହାକୁ ଖୋଲି ଭଲ ଭାବେ ଏହାର କପଡ଼ା, ଷ୍ଟିକ୍‌ ଆଦି ଚେକ୍‌ କରିନିଅନ୍ତୁ।
ସେହିପରି ସ୍ପ୍ରିଙ୍ଗ୍‌ ବଟନ୍‌ ଛତା ମଧ୍ୟ ଶୀଘ୍ର ଖରାପ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ଏହା ବଦଳରେ ମ୍ୟାନୁଆଲ୍‌ ବା ହାତରେ ଖୋଲୁଥିବା ଛତା କିଣିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri