ଏମିତି କିଣନ୍ତୁ ଛତା…

ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଛତା କିଣିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ସମ୍ପର୍କରେ କେତୋଟି ଟିପ୍ସ…

ଛତା କିଣିବାର ମୂଳ ଲକ୍ଷ୍ୟ ହେଉଛି ବର୍ଷା ପାଣିରୁ ରକ୍ଷାପାଇବା। ତେଣୁ ଛତାଟି କିପରି ଆପଣଙ୍କୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଏହାର କପଡ଼ା ଯେପରି ଭଲ କ୍ୱାଲିଟିର ଏବଂ ଓ୍ବାଟରପ୍ରୁଫ୍‌ ହୋଇଥିବ ତାହା ଦେଖନ୍ତୁ। ନଚେତ୍‌ ଛତା ଭିଜିଯାଇ ପାଣି ପଡ଼ିବା ଦ୍ୱାରା ଆପଣଙ୍କୁ ଓଦା ହେବାକୁ ପଡ଼ିପାରେ।
ଛତା ଅଧିକ ଓଜନିଆ ହୋଇଥିଲେ ମଜଭୁତ ରହିବ ବୋଲି ଏଭଳି ଅନେକଙ୍କ ମନରେ ଧାରଣା ଥାଏ। ହେଲେ ଏଭଳି ଛତା ଅଧିକ ସମୟ ଧରିବା ଦ୍ୱାରା ହାତରେ କଷ୍ଟ ହୋଇଥାଏ। ତେଣୁ ଭଲ କ୍ୱାଲିଟିର ଲାଇଟ୍‌ ଓ୍ବେଟ୍‌ ଛତା ବାଛନ୍ତୁ।
ସୁନ୍ଦର ଦେଖାଯାଉଥିବା ଛତା ସଭିଙ୍କୁ ପସନ୍ଦ। ହେଲେ ଏହାକୁ କିଣିବା ବେଳେ କପଡ଼ାର ସିଲେଇ ସ୍ଥାନଗୁଡ଼ିକରେ ଯେପରି ପାଣି ଭିତରକୁ ଆସୁଥିବା ଭଳି ଛୋଟ ଛୋଟ କଣା ନ ଥାଏ ପରଖି ନିଅନ୍ତୁ।
କେବଳ ଏତିକି ନୁହେଁ, ଛତାର ବେଣ୍ଟ ବା ହ୍ୟାଣ୍ଡେଲ୍‌ ମଧ୍ୟ ଅନେକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହାକୁ ଆଖି ଆଗରେ ରଖି କମ୍ପାନୀଗୁଡ଼ିକ ଭଳିକି ଭଳି ଡିଜାଇନ୍‌ର ହ୍ୟାଣ୍ଡେଲ୍‌ ଥିବା ଛତା ପ୍ରସ୍ତୁତ କରୁଛନ୍ତି। ତେବେ ଏହାକୁ ଦେଖି ଛତା ବାଛିବା ବଦଳରେ ତାହା ଧରିବା ଲାଗି କମ୍ଫର୍ଟେବଲ୍‌ କି ନୁହେଁ ଦେଖନ୍ତୁ। ନଚେତ୍‌ ଅଧିକ ସମୟ ଏହାକୁ ବ୍ୟବହାର କଲେ ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ବର୍ତ୍ତମାନ ହାଲୁକା ଲାଗିବା ଲାଗି ପ୍ଲାଷ୍ଟିକ୍‌ କାଠି ଥିବା ଛତା ମାର୍କେଟ୍‌କୁ ଆସିଲାଣି। ତେବେ ଏହା କେତେ ମଜଭୁତ ଭଲ ଭାବେ ଦେଖିନିଅନ୍ତୁ। ନଚେତ୍‌ କେବେକେବେ ପବନରେ ଛତାର କାଠିଗୁଡ଼ିକ ଓଲଟି ପଡୁଥିବାରୁ ଏଭଳି ଛତା ଶୀଘ୍ର ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ମଜଭୁତ ତଥା ଷ୍ଟିଲ୍‌ କାଠିଥିବା ଛତା ବାଛନ୍ତୁ।
ବ୍ୟାଗ୍‌ରେ କ୍ୟାରି କରିବା ସହଜ ହେଉଥିବାରୁ ୨-୩ ଫୋଲ୍ଡ ଛତା ଅନେକେ ପସନ୍ଦ କରନ୍ତି। ତା’ଛଡା ଏହା ଦେଖିବାକୁ ମଧ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ହେଲେ ଏସବୁ ଶୀଘ୍ର ଭାଙ୍ଗିବାର ଆଶଙ୍କା ବେଶୀ। ତେଣୁ ଏଭଳି ଛତା କିଣିବା ବେଳେ ଏହାକୁ ଖୋଲି ଭଲ ଭାବେ ଏହାର କପଡ଼ା, ଷ୍ଟିକ୍‌ ଆଦି ଚେକ୍‌ କରିନିଅନ୍ତୁ।
ସେହିପରି ସ୍ପ୍ରିଙ୍ଗ୍‌ ବଟନ୍‌ ଛତା ମଧ୍ୟ ଶୀଘ୍ର ଖରାପ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ଏହା ବଦଳରେ ମ୍ୟାନୁଆଲ୍‌ ବା ହାତରେ ଖୋଲୁଥିବା ଛତା କିଣିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri