ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା କିମ୍ବା ବଟା, ୨-୩ କୋଲା ରସୁଣ ଛେଚା କିମ୍ବା ବଟା, ୫୦୦ଗ୍ରାମ ବୋନ୍‌ଲେସ୍‌ ଚିକେନ୍‌, ୨୦୦ ଗ୍ରାମ୍‌ ଟମାଟୋ ପେଷ୍ଟ କିମ୍ବା ସସ୍‌, ୧ ଟେବ୍‌ଲ ସ୍ପୁନ୍‌ ଗରମ ମସଲା, ୧ ଟିସ୍ପୁନ୍‌ ଲଙ୍କା ଗୁଣ୍ଡ, ୧ ଟିସ୍ପୁନ୍‌ ଲେଖାଏଁ ଜିରା, ମେଥି, ଲୁଣ, ୧/୪ ଟିସ୍ପୁନ୍‌ ଗୋଲମରିଚ, ୧ କପ୍‌ କ୍ରିମ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ଗରମ କରି ସେଥିରେ ତେଲ ଓ ବଟର ପକାନ୍ତୁ। ଏହା ଗରମ ହୋଇଗଲେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାଇ ୨ ମିନିଟ୍‌ ଭାଜନ୍ତୁ। ସେଥିରେ ରସୁଣ, ଅଦା ପକାଇ ଆଉ କିଛି ସମୟ ଭାଜନ୍ତୁ। ବର୍ତ୍ତମାନ ଚିକେନ୍‌, ଟମାଟୋ ସସ୍‌ ଏବଂ ଅନ୍ୟ ମସଲାଗୁଡିକୁ ପକାଇ ଭଲ ଭାବେ ମିଶାନ୍ତୁ ଯେପରି ସବୁକିଛି ଭଲ ଭାବେ ଭାଜି ହେବ। ବର୍ତ୍ତମାନ କ୍ରିମ୍‌ ଢାଳି ଭଲଭାବେ ଗୋଳାଇ ଘୋଡାଇ ଦିଅନ୍ତୁ ଏବଂ ଚୁଲାକୁ ସିମ୍‌ କରି ୮-୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡନ୍ତୁ। ମଝିରେ ମଝିରେ ଗୋଳାଇବାକୁ ଭୁଲନ୍ତୁ ନାହିଁ ନଚେତ୍‌ ମସଲା ତଳେ ଲାଗି ଜଳିଯିବ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବଟର ଚିକେନ। ଏହାକୁ ଗରମାଗରମ ସର୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri