Posted inଖେଳ

ମାତ୍ର ଦେଢ ଦିନରେ କେପ୍‌ଟାଉନ୍‌ ଟେଷ୍ଟ ଜିତିଲା ଭାରତ

ନୂଆଦିଲ୍ଲୀ,୪।୧: ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍‌ରାଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମାତ୍ର ଦେଢ ଦିନରେ ଶେଷ ହୋଇଥିଲା। ୩ ଜାନୁୟାରୀରୁ ଆରମ୍ଭ ହୋଇଥିବା ଟେଷ୍ଟ ୪ ଜାନୁଆରୀରେ ଅର୍ଥାତ୍‌ ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଶେଷ ହୋଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ମ୍ୟାଚ ଜିତିବା ପାଇଁ ୭୯ ରନ ସଂଗ୍ରହ କରିଥିଲା, ଯାହା ସେମାନେ ୧୨ ଓଭରରେ ୩ ଉଇକେଟ ହରାଇ ହାସଲ କରିଥିଲେ। ଭାରତ ପାଇଁ ସିରାଜ ପ୍ରଥମ ଇନିଂସରେ ୬ ଉଇକେଟ ନେଇଥିବା ବେଳେ ବୁମରା ଦ୍ୱିତୀୟ ଇନିଂସରେ ୬ ଉଇକେଟ ନେଇଥିଲେ।
ପୂରା ମ୍ୟାଚରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମେ ଭାରତୀୟ ଦ୍ରୁତ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପରେ ଦ୍ୱିତୀୟ ଇନିଂସରେ ଆଫ୍ରିକୀୟ ପେସର୍‌ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ନେବାକୁ ଦେଇ ନ ଥିଲେ। ଆୟୋଜକ ଆଫ୍ରିକା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭାରତୀୟ ପେସର ମହମ୍ମଦ ସିରାଜଙ୍କ ପାଇଁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା। ପ୍ରଥମ ଇନିଂସରେ ସିରାଜ ୬ଟି ଉଇକେଟ ନେଇଥିଲେ। ୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍‌ ହୋଇଯାଇଥିଲା। ସିରାଜଙ୍କ ବ୍ୟତୀତ ଜସପ୍ରୀତ ବୁମ୍‌ରା ଏବଂ ମୁକେଶ ପ୍ରତ୍ୟେକ ଦୁଇଟି ଉଇକେଟ ନେଇଥିଲେ।
ତା’ପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଦିନରେ ୧୫୩ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ସମୟରେ ଆଫ୍ରିକା ପାଇଁ କାଗିସୋ ରାବାଡା, ନାନ୍ଦ୍ରେ ବର୍ଗର ଏବଂ ଲୁଙ୍ଗି ଏନଗିଡି ପ୍ରତ୍ୟେକ ୩ ଉଇକେଟ ନେଇଥିଲେ।
ଦ୍ୱିତୀୟ ଦିନରେ ଭାରତୀୟ ପେସର ଜସପ୍ରୀତ ବୁମ୍‌ରା ୬ଟି ଉଇକେଟ ନେଇ ୧୭୬ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍‌ ହୋଇଥିଲା। ବୁମରାଙ୍କ ବ୍ୟତୀତ ମୁକେଶ କୁମାର ୨ଟି ୱିକେଟ ନେଇଥିବା ବେଳେ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଦ୍ୱିତୀୟ ଇନିଂସରେ ଆଫ୍ରିକା ୧୭୬ ରନ ଅଲଆଉଟ ହେବାପରେ ଭାରତକୁ ୭୯ ରନ ଟାର୍ଗେଟ ଦେଇଥିଲା, ଯାହା ରୋହିତ ବ୍ରିଗେଡ ୧୨ ଓଭରରେ ହାସଲ କରି ଦ୍ୱିତୀୟ ଦିନ ଶେଷ ହେବା ପୂର୍ବରୁ ଜିତିଥିଲା। ଯଶାସ୍ବୀ ଜୟସ୍ବାଲ ଭାରତ ପାଇଁ ୨୮ ରନର ସବୁଠୁ ବଡ ଇନିଂସ ଖେଳିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri