Categories: ଖେଳ

ମାତ୍ର ୩୧ ବର୍ଷ ବୟସରେ ଏହି ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଶେଷ!

ନୂଆଦିଲ୍ଲୀ,୨୭।୧:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ସିରିଜ ପରେ ଏକ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଟିମ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳିଙ୍କ ଦିନିକିଆ କ୍ୟାରିଅର୍‌ ପ୍ରାୟ ୩୧ ବର୍ଷ ବୟସରେ ଶେଷ ହୋଇଛି। ସେ ହେଉଛନ୍ତି ଭୁବନେଶ୍ୱର କୁମାର। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଟିମ ଇଣ୍ଡିଆର ପରାଜୟର ସବୁଠାରୁ ବଡ ଭିଲେନ ବୋଲି ପ୍ରମାଣିତ କରିଛନ୍ତି। ପ୍ରଥମ ଦିନିକିଆ ମ୍ୟାଚରେ ଭୁବନେଶ୍ୱର କୁମାର ୧୦ ଓଭରରେ ୬୪ ରନ ଦେଇଥିଲେ। ଏହି ସମୟ ମଧ୍ୟରେ ଭୁବନେଶ୍ୱର କୁମାର ଗୋଟିଏ ଉଇକେଟ ମଧ୍ୟ ପାଇ ନ ଥିଲେ। ଦ୍ୱିତୀୟ ଦିନିକିଆରେ ଭବନେଶ୍ୱର କୁମାର ଅଧିକ ମହଙ୍ଗା ପ୍ରମାଣିତ ହୋଇଥିଲେ। ଦ୍ୱିତୀୟ ଦିନିକିଆରେ ଭୁବନେଶ୍ୱର କୁମାର ୮ ଓଭରରେ ୬୭ ରନ ଦେଇଥିଲେ। ଏହି କାରଣରୁ ତାଙ୍କୁ ୧୦ ଓଭରର କୋଟା ପୂରଣ କରିବାକୁ ମଧ୍ୟ ଦିଆଯାଇ ନ ଥିଲା। ତୃତୀୟ ଦିନିକିଆ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍‌ ପଡିଥିଲେ।
ଭୁବନେଶ୍ୱର କୁମାରଙ୍କ ଦିନିକିଆ କ୍ୟାରିୟର ଏବେ ସମାପ୍ତ ବୋଲି କୁହାଯାଉଛି, କାରଣ ବର୍ତ୍ତମାନ ଟିମ ଇଣ୍ଡିଆ ତାଙ୍କ ସ୍ଥାନରେ ଦୀପକ ଚହରଙ୍କ ଭଳି ଚମତ୍କାର ଦ୍ରୁତ ବୋଲରଙ୍କୁ ପାଇଛି। ଦୀପକ ଚହର ବ୍ୟାଟିଂ ତଥା ଦ୍ରୁତ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଦୀପକ ଚହର ୩୪ ଟି ବଲରେ ୫୪ ରନ ସଂଗ୍ରହ କରି ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଭୂବନେଶ୍ୱର କୁମାରଙ୍କ ଗତି ମଧ୍ୟ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଭୁବନେଶ୍ୱର କୁମାରଙ୍କୁ ଆଉ ଦିନିକିଆ ଖେଳିବା ଦେଖିବାକୁ ମିଳିବ ନାହିଁ।

ଫେବୃୟାରୀ ୬: ପ୍ରଥମ ଦିନିକିଆ(ଅହମ୍ମଦାବାଦ)
ଫେବୃୟାରୀ ୯: ଦ୍ୱିତୀୟ ଦିନିକିଆ(ଅହମ୍ମଦାବାଦ)
ଫେବୃୃୟାରୀ ୧୧: ତୃତୀୟ ଦିନିକିଆ(ଅହମ୍ମଦାବାଦ)
୧୬ ଫେବୃୟାରୀ: ପ୍ରଥମ ଟି୨୦ (କୋଲକାତା)
ଫେବୃୟାରୀ ୧୮: ଦ୍ୱିତୀୟ ଟି୨୦ (କୋଲକାତା)
ଫେବୃୟାରୀ ୨୦: ତୃତୀୟ ଟି୨୦ (କୋଲକାତା)

Share