ବ୍ୟସ୍ତ ଦୀପିକା

ଏବେ ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଫିଲ୍ମଗୁଡ଼ିକର ଶୁଟିଂ ଆରମ୍ଭ ହୋଇଯାଇଛି। ତେଣୁ କରୋନା ପାଇଁ ଶୁପ୍ତ ବଲିଉଡ୍‌ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। କଳାକାରମାନେ ନୂଆ ସିନେମା ସାଇନ୍‌ କରୁଛନ୍ତି ଏବଂ ଅଧାପନ୍ତରିଆ ପଡିଥିବା ଫିଲ୍ମଗୁଡିକର ଶୁଟିଂ ପୂରାଦମ୍‌ରେ ଆଗେଇ ଚାଲିଛି। ଏବେ ଦୀପିକା ନିଜ ଫିଲ୍ମଗୁଡିକର ଶୁଟିଂ ପାଇଁ ବେଶ୍‌ ତତ୍ପର। ଶକୁନ୍‌ ବାତ୍ରାଙ୍କ ଅନ୍‌ଟାଇଟଲ୍‌ଡ ଫିଲ୍ମରେ ସେ ଅଭିନୟ କରୁଛନ୍ତି। ଏହାର ନନ୍‌ଷ୍ଟପ୍‌ ଶୁଟିଂ ନିକଟରେ ଗୋଆରେ ଶେଷ ହୋଇଛି। ସେଠାରୁ ଫେରିବା ପରେ ଦୀପିକା ପୁଣି ଥରେ ଶୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। କାରଣ ତାଙ୍କ ଡ୍ରିମ୍‌ ଫିଲ୍ମର ଶୁଟିଂ ଏବେ ବମ୍ବେରେ ୟସରାଜ ଫିଲ୍ମସ୍‌ ଷ୍ଟୁଡିଓରେ ଆରମ୍ଭ ହୋଇଯାଇଛି। ତାହାର ଟାଇଟଲ ରହିଛି ‘ପଠାନ୍‌’, ଯାହାର ନାୟକ ସାଜିଛନ୍ତି ଶାହରୁଖ। ଦୀପିକା କହନ୍ତି, ‘ଏହି ଫିଲ୍ମର ଶୁଟିଂ କେବେ ଆରମ୍ଭ ହେବ ସେ ନେଇ ମୁଁ ଅପେକ୍ଷା କରିଥିଲି। କାରଣ ଶାହରୁଖଙ୍କ ପରି ଅଭିନେତାଙ୍କ ସହ କାମ କରିବାର ମଜା ନିଆରା। ଆମ ଅଭିନୀତ ‘ଚେନ୍ନାଇ ଏକ୍ସପ୍ରେସ’ ହିଟ୍‌ ହୋଇଥିଲା। ମୋର ଆଶା ରହିଛି ଯେ ‘ପଠାନ୍‌’ ମଧ୍ୟ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ।’

Share