ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ପରେ ସୋମବାର ଅପରାହ୍ନରେ ତାଙ୍କୁ ଟିଟିଲାଗଡରୁ ଉଦ୍ଧାର କରାଯାଇଛି। ପରେ ଟାଉନ ଥାନା ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ବ୍ୟବସାୟୀ ନିଖୋଜ ହୋଇଥିବା ଖବର ପ୍ରଚାରିତ ହେବା ପରେ ନାନା ସନ୍ଦେହ ପ୍ରକାଶ ପାଇଥିଲା।

 

Odisha’s No.1 Odia Daily

Share