Posted inଜାତୀୟ

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରେ ତାଙ୍କ ସ୍ତ୍ରୀ ଓ ୨ ନାବାଳିକା ଝିଅଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମୃତକ ହେଲେ ଅମନଦୀପ, ସ୍ତ୍ରୀ ଜସବୀର କୌର, ଝିଅ ମନବୀର ଗୌର(୧୦) ଏବଂ ପରମିତ୍‌ କୌର(୬)। ସେମାନେ ଫିରୋଜପୁରର ହର୍‌ମାନ ନଗର ଅଞ୍ଚଳରେ ରହୁଥିଲେ।

ଅମନଦୀପ ଜମିଜମା ବ୍ୟବସାୟ ଏବଂ ନିର୍ମାଣ ବ୍ୟବସାୟରେ ସମ୍ପୃକ୍ତ ଥିବାବେଳେ ତାଙ୍କ ସ୍ତ୍ରୀ ଏକ ବିଉଟି ପାର୍ଲର ଚଳାଉଥିଲେ। ଉକ୍ତ ପରିବାର ସମସ୍ତଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଅପରାଧ ପଛରେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଫୋରେନ୍‌ସିକ ଟିମ୍‌ ଘଟଣାସ୍ଥଳରୁ ତଥ୍ୟପ୍ରମାଣ ସଂଗ୍ରହ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri