ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ ଦୁଇଦିନିଆ ରିମାଣ୍ଡ ଅବଧି ବୁଧବାର ସରିଛି। ପୋଲିସ କ୍ଷୀତିଶଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ କୋର୍ଟରେ ହାଜର କରିଥିଲେ। ପରେ ତାଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କ୍ଷୀତିଶଙ୍କୁ ରିମାଣ୍ଡ ସମୟରେ ପୋଲିସ କ’ଣ ଜେରା କଲା ବୋଲି ପଚାରିବାରୁ ସେ କିଛି କହି ନ ଥିଲେ।

ତଦନ୍ତକାରୀ ପୋଲିସ ଅଧିକାରୀ ଅନୀତା ପ୍ରଧାନଙ୍କୁ ପଚରାଯିବାରୁ ଅଧିକ ତଦନ୍ତ ପାଇଁ କ୍ଷୀତିଶଙ୍କୁ ରିମାଣ୍ଡରେ ନିଆଯାଇଥିଲା। ସେ କିଛି ତଥ୍ୟ ଦେଉଛନ୍ତି। ତା’ର ଯାଞ୍ଚ କରିବା ପରେ ସେନେଇ ଜଣାପଡ଼ିବ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Share