ଶଟର୍‌ ପକାଇ ଦୋକାନ ଭିତରେ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧: ଝାରସୁଗୁଡା ସହର ସରବାହାଲସ୍ଥିତ ଏକ ଆଟୋମୋବାଇଲ୍‌ ଦୋକାନ ଭିତରେ ଜଣେ ବ୍ୟବସାୟୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ସରବାହାଲ ମାରଓ୍ବାଡିପଡାର ଚନ୍ଦନ ଟିବ୍ରଓ୍ବୋଲ(୪୦)। ଟାଉନ ଥାନା ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ୮/୨୨) ରୁଜୁକରି ତଦନ୍ତ ଚଳାଇଛି। ଚନ୍ଦନ ପ୍ରତିଦିନ ଭଳି ଶୁକ୍ରବାର ସକାଳେ ଦୋକାନ ଖୋଲିଥିଲେ। ସେଲସ୍‌ମ୍ୟାନ୍‌ ମଧ୍ୟ ଆସିଥିଲେ। ମଧ୍ୟାହ୍ନରେ ଦୋକାନ ବନ୍ଦକରି ସମସ୍ତେ ଖାଇବାକୁ ଯାଇଥିଲେ । ସେଲସ୍‌ମ୍ୟାନ୍‌ ଆସିବା ପୂର୍ବରୁ ଚନ୍ଦନ ଦୋକାନ ଭିତରୁ ଶଟର୍‌ ପକାଇ ଫ୍ୟାନ୍‌ରେ ରଶି ଲଗାଇ ଆମତ୍ହତ୍ୟା କରିଥିଲେ  । ସେଲସ୍‌ମ୍ୟାନ୍‌ ଶଟର ଖୋଲିବା ପରେ ଚନ୍ଦନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଙ୍କ ନିକଟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।