ଅସୁରକ୍ଷିତ କୋଠା ତଳେ ବ୍ୟବସାୟ

ବ୍ରହ୍ମପୁର ଅଫିସ,୨୪।୨: ବ୍ରହ୍ମପୁର ସହରର ପ୍ରମୁଖ ଓ ପୁରାତନ ବ୍ୟବସାୟିକ କେନ୍ଦ୍ରସ୍ଥଳ ହେଉଛି ଗିରି ମାର୍କେଟ। ଏହି ମାର୍କେଟ ଉପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ବ୍ୟବସାୟୀ ନିର୍ଭରଶୀଳ। ମାର୍କେଟ କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିରେ ଫାଟ ସୃଷ୍ଟି ହେବା ସାଙ୍ଗକୁ ବହୁ ସ୍ଥାନରେ ଗଛଲତା ଉଠିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ପଲସ୍ତରା ମଧ୍ୟ ଖସୁଥିବା ନଜିର ରହିଛି। ଏହି କୋଠା ତଳେ ୧୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋଲସେଲ ବ୍ୟବସାୟୀ। ବିପଦସଙ୍କୁଳ ଏହି କୋଠା ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଅସୁରକ୍ଷିତ ହୋଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଏମସି) ବିପଦସଙ୍କୁଳ କୋଠା ଖାଲି କରିବା ପାଇଁ ଗତ ଜାନୁୟାରୀ ୨୧ ତାରିଖରେ ନୋଟିସ ଜାରି କରିଛି। କିନ୍ତୁ ବ୍ୟବସାୟୀମାନେ ଏହି ନୋଟିସକୁ ଖାତିର କରୁ ନଥିବା ଭଳି ମନେ ହେଉଛି। ବ୍ୟବସାୟୀମାନେ ଏବେ ବି ବିନା ଭୟରେ ବ୍ୟବସାୟ କରୁଛନ୍ତି। ଅନ୍ୟପଟେ ବିଏମସି ପକ୍ଷରୁ ଏହି କୋଠାଟିକୁ ସଂପୂର୍ଣ୍ଣ ଭଙ୍ଗା ଯାଇ ନୂତନ କୋଠା ନିର୍ମାଣ ପାଇଁ ଯୋଜନା ରହିଛି। ତେବେ ବ୍ୟବସାୟୀଙ୍କୁ ଥଇଥାନ ପରେ ନୂଆ ନିର୍ମାଣ ଯୋଜନା ଆରମ୍ଭ ହେବ ବୋଲି ବିଏମସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ୧୯୭୪ ମେ ୨୪ ତାରିଖରେ ଗିରି ମାର୍କେଟ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଏହି ବଜାରକୁ ଉଦ୍‌ଘାଟନ କରିଥିଲେ। ଭିି.ଭି. ଗିରିଙ୍କ ନାମରେ ଏହି ବଜାରର ନାମକରଣ କରାଯାଇଛି। କୋଠାରେ ୧୫୦ଟି ଦୋକାନ ଗୃହ ରହିଛି। ଏଠାରେ ହୋଲସେଲ ପୋଷାକ ଠାରୁ ଆରମ୍ଭ କରି ଇଲେକ୍‌ଟ୍ରୋନିକ୍ସ ସରଞ୍ଜାମ ଓ ଘରୋଇ ସାମଗ୍ରୀ ବିକ୍ରି ହୋଇଥାଏ। କୋଠା ଅସୁରକ୍ଷିତ ଥିବା କାରଣରୁ ବିଏମସି ନୋଟିସ ଜାରି କରିବା ପରେ ବହୁ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ବିଏମସିକୁ ଦୋକାନ ଗୃହ ବାବଦକୁ ଭଡା ଦିଆଯାଉଥିଲେ ସୁଦ୍ଧା ମରାମତି କ୍ଷେତ୍ରରେ କାୈଣସି ପଦକ୍ଷେପ ନିଆଗଲାନି। ବର୍ତ୍ତମାନ କୋଠା ଅସୁରକ୍ଷିତ ନେଇ ବିଏମସି ପକ୍ଷରୁ ଜାରି ନୋଟିସକୁ ସମର୍ଥନ ଜଣାଉଛୁ। କିନ୍ତୁ ବିଏମସି ବ୍ୟବସାୟୀଙ୍କୁ ପ୍ରଥମେ ଥଇଥାନ କରିବା ଆବଶ୍ୟକ। ଏ ନେଇ ବିଏମସି ଅତିରିକ୍ତ କମିଶନର ଆଶୁତୋଷ ସାମଲ କହିଛନ୍ତି. ବିଏମସି ପକ୍ଷରୁ କୋଠା ଖାଲି କରିବାକୁ ନୋଟିସ ଜାରି କରାଯାଇଛି। କିନ୍ତୁ ବ୍ୟବସାୟୀମାନେ ନିଜେ କୋଠା ମରାମତି ପାଇଁ ଲିଖିତ ଭାବେ ଅନୁରୋଧ କରିଛନ୍ତି। କିନ୍ତୁ କମିଶନରଙ୍କ ପକ୍ଷରୁ ଦୋକାନ ଗୃହ ଗୁଡିକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସର୍ଭେ ଚାଲିଛି। ଖୁବ ଶୀଘ୍ର ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri