ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା

ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସହ ଯୋଡ଼ିହୋଇଥିଲେ। ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ କମ୍ପାନୀ ତାଙ୍କୁ ଅଧିକାରୀ ରୂପେ ନିଯୁକ୍ତି ଦେଇ ପୂର୍ବଭାରତର ବ୍ୟବସାୟ ତାଙ୍କ ଉପରେ ନ୍ୟସ୍ତ କରିଛି। ଅଧ୍ୟବସାୟରୁ ହିଁ ବ୍ୟବସାୟିକ ସଫଳତା ମିଳିଥାଏ ବୋଲି ନିକଟରେ କଟକ ଆସିଥିବା କମ୍ପାନୀ ଫର୍ନିଚର ଡିଭିଜନ ବରିଷ୍ଠ ମହାପ୍ରବନ୍ଧକ ମୁକେଶ କୁମାର କୌଲ ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାର ବେଳେ କହିଛନ୍ତି।

ପ୍ଲାଷ୍ଟିକ ଶିଳ୍ପର ଭବିଷ୍ୟତ ସମ୍ପର୍କରେ
କ’ଣ କହିବେ?
ଭାରତ ବଜାରରେ ପ୍ଲାଷ୍ଟିକ କମ୍ପାନୀଗୁଡ଼ିକର ପ୍ରଦର୍ଶନ ଭଲ ରହିଛି। ବିଶେଷକରି ଘରେ ବ୍ୟବହୃତ ହୋଇପାରୁଥିବା ସାମଗ୍ରୀର ପ୍ରସ୍ତୁତକର୍ତ୍ତାଙ୍କ ପାଇଁ ଏହି ଶିଳ୍ପରେ ପର୍ଯ୍ୟାପ୍ତ ସୁଯୋଗ ରହିଛି।
ମହାମାରୀରେ ପ୍ଲାଷ୍ଟିକ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା ଏବଂ ବର୍ତ୍ତମାନ ଏହାର ସ୍ଥିତି କିଭଳି ରହିଛି?
କୋଭିଡ୍‌ ମହାମାରୀ ଯୋଗୁ ପ୍ଲାଷ୍ଟିକ ବ୍ୟବସାୟ ପ୍ରାୟ ୩୦ରୁ ୪୦% ହ୍ରାସ ପାଇଥିଲା। ହେଲେ ସରକାରଙ୍କ ସହଯୋଗ ଓ ଗ୍ରାହକଙ୍କ ଚାହିଦା ଯୋଗୁ ପ୍ରାୟ ୩ ରୁ ୪ ମାସର ଉତ୍ପାଦନ ପରେ ସବୁ କିଛି ଠିକ୍‌ ହୋଇଯାଇଥିଲା। ପ୍ରଥମ ଲହରରେ ଏହି ଶିଳ୍ପ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା।
ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରରେ
କିଭଳି ପରିବର୍ତ୍ତନ ଆସିଛି?
ବର୍ତ୍ତମାନ ଗ୍ରାହକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି। ବିଶେଷକରି କୋଭିଡ୍‌ ପରଠାରୁ ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। ଫଳରେ ଗ୍ରାହକ ନିମ୍ନମାନର ଉତ୍ପାଦ ପରିବର୍ତ୍ତେ ଗୁଣାତ୍ମକ ଓ ପ୍ରିମିୟମ ଉତ୍ପାଦ କିଣିବାକୁ ପସନ୍ଦ କରୁଛନ୍ତି।
ଓଡ଼ିଶାରେ ପ୍ଲାଷ୍ଟିକ ବ୍ୟବସାୟର ଭବିଷ୍ୟତକୁ କିଭଳି ଦେଖୁଛନ୍ତି?
ଓଡ଼ିଶାରେ ପ୍ଲାଷ୍ଟିକ ଫର୍ନିଚର ବ୍ୟବସାୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ଏବଂ ଏଠାରେ ମଧ୍ୟ ଅନେକ ସମ୍ଭାବନା ରହିଛି। ପ୍ରତିବର୍ଷ କମ୍ପାନୀ ପ୍ରିମିୟମ ବର୍ଗରେ ୮ରୁ ୧୦ଟି ନୂଆ ଉତ୍ପାଦ ବଜାରକୁ ଛାଡୁଛି। ବିଶେଷକରି ମୋଲଡେଡ୍‌ ଫର୍ନିଚରର ଭବିଷ୍ୟତକୁ ନେଇ ଆମେ ଆଶାବାଦୀ।
ଦେଶର ଅନ୍ୟ ବଜାର ତୁଳନାରେ ଓଡ଼ିଶା ବଜାରକୁ ଆପଣ କିପରି ଦେଖୁଛନ୍ତି?
କମ୍ପାନୀ ପୂର୍ବ ଭାରତରେ ୧ନମ୍ବର ତଥା ବଜାର ଲିଡର ଭାବେ ପରିଚିତ। ପ୍ରତିବର୍ଷ ଆମେ ୧୨ରୁ ୧୫% ଅଭିବୃଦ୍ଧି ହାସଲ ଆଶା ରଖିଛୁ। ଓଡ଼ିଶାର ଗ୍ରାହକଙ୍କ ମଧ୍ୟରେ ଆମ ଉତ୍ପାଦ ବେଶ୍‌ ଆଦୃତି ଲାଭ କରିଛି।
ସୁପ୍ରିମର ଉତ୍ପାଦଗୁଡ଼ିକ ଅନ୍ୟ ବ୍ରାଣ୍ଡ୍‌ଠାରୁ କିଭଳି ସ୍ବତନ୍ତ୍ର?
କମ୍ପାନୀ ୧୦୦% ଭର୍ଜିନ ମାଟେରିଆଲ ବ୍ୟବହାର କରୁଛି। ଆମେ ଶସ୍ତା ଜିନିଷ ଉତ୍ପାଦନ ଓ ବ୍ୟବହାରଠାରୁ ଦୂରରେ ରହିଥାଉ। ଅନ୍ୟ କମ୍ପାନୀଗୁଡ଼ିକ ସାଧାରଣ ଉତ୍ପାଦ ଉପରେ ଧ୍ୟାନ ଦେଉଥିବାବେଳେ ଆମେ ପ୍ରିମିୟମ ଉତ୍ପାଦ ଉପରେ ଅଧିକ ଫୋକସ୍‌ କରୁଛୁ। ପ୍ରତି ବର୍ଷ ଆମ ପୋର୍ଟଫୋଲିଓରେ ୮ରୁ ୧୦ ନୂଆ ପ୍ରଡକ୍ଟ ଯୋଗକରୁଥିବା ବେଳେ ବର୍ତ୍ତମାନ ଆମର ୧୫୦ରୁ ୧୬୦ ସୁପ୍ରିମ ପ୍ରଡକ୍ଟ ରେଞ୍ଜ ରହିଛି।
ମୋଲଡେଡ୍‌ ପ୍ଲାଷ୍ଟିକ ଶିଳ୍ପରେ ବଜାର ଟ୍ରେଣ୍ଡ୍‌ କିଭଳି ରହିଛି?
ବର୍ତ୍ତମାନ ଏହି ଶିଳ୍ପରେ ଏକ ପ୍ରକାରର ବିପ୍ଳବ ଆସିଛି। ପୂର୍ବରୁ ଶସ୍ତା, କମ୍‌ ରେଞ୍ଜ ଏବଂ କମନ ଚେୟାର ବିକ୍ରି ହେଉଥିଲା। ଲୋକଙ୍କ ମୁଣ୍ଡପିଛା ଆୟ ଏବଂ ଜୀବନ ଧାରଣ ମାନରେ ମଧ୍ୟ ଉନ୍ନତି ଆସିବା ଯୋଗୁ ଏବେ ପ୍ରିମିୟମ ଚେୟାର ବିକ୍ରି ବଢ଼ିଛି। ନନ୍‌ ପେଣ୍ଟେଡ ପ୍ରିମିୟମ ସେଟ୍‌ ଆମର ସବୁଠାରୁ ଷ୍ଟ୍ରଙ୍ଗ ପଏଣ୍ଟ ହୋଇଥିବା ବେଳେ ଆମର ଡାଇନିଂ ଟେବୁଲ ଏବଂ ଚେୟାର ସେଟ୍‌ର ଲୋକପ୍ରିୟତା ସହ ବଜାର ଲିଡର ରହିଆସୁଛୁ।
ଓଡ଼ିଶା ବଜାର ସମ୍ପର୍କରେ କ’ଣ କହିବେ?
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ବିକାଶ ଧାରା ସହ ତାଳ ଦେଇ ଆଗକୁ ବଢୁଛନ୍ତି। ଆଗାମୀ ଦିନରେ ଓଡ଼ିଶା ପୂର୍ବାଞ୍ଚଳର ଏକ ନମ୍ବର ରାଜ୍ୟ ହେବାର କ୍ଷମତା ରଖିଛି। ଏପରିକି ଓଡିଶାର ଶିଳ୍ପ ନୀତି କିମ୍ବା ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ କାମ ରାଜ୍ୟ ସରକାର କରୁଛନ୍ତି। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କୌଣସି ପ୍ରତିଷ୍ଠାନ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହିଁଥିଲେ ଓଡ଼ିଶାକୁ ହିଁ ପ୍ରାଥମିକତା ଦେଉଛନ୍ତି। ଓଡିଶାର ବଜାର ବ୍ୟବସ୍ଥା ଓ ବ୍ୟବସାୟ ପାଣିପାଗ ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ରହିଛି।
ଓଡ଼ିଶା ବଜାରରେ ସୁପ୍ରିମର ଉପସ୍ଥିତି କିଭଳି ରହିଛି?
ଓଡିଶା ଆମ ପାଇଁ ସବୁ ବେଳେ ଏକ ଭଲ ବଜାର ହୋଇ ରହିଆସିଛି। ବର୍ତ୍ତମାନ ଆମେ ୧୫ରୁ ୨୦% ଅଭିବୃଦ୍ଧି ସହ ଆଗକୁ ବଢୁଛୁ। ଆଗାମୀ କିଛି ବର୍ଷରେ ଆମେ ପ୍ରାୟ ୨୫ରୁ ୩୦% ଅଭିବୃଦ୍ଧି କରିବୁ ବୋଲି ଆଶା ରହିଛି। ସେହିଭଳି କଟକରେ ଆଗାମୀ ୩ ମାସ ମଧ୍ୟରେ ଆମର ଏକ ପାଇପ ଫ୍ୟାକ୍ଟ୍ରି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଯଦି ସବୁ କିଛି ଠିକ୍‌ ରୁହେ ତା’ ହେଲେ ଉକ୍ତ ଫ୍ୟାକ୍ଟ୍ରିରୁ ଫର୍ନିଚରର ଏକ ୟୁନିଟ କରାଯିବା ନେଇ ମଧ୍ୟ ବିଚାର ଚାଲିଛି।
ମହାମାରୀ ଫଳରେ କିଭଳି ପ୍ରଭାବିତ ହୋଇଛନ୍ତି ?
କୋଭିଡ୍‌ ମହାମାରୀ ଯୋଗୁ ଗତ ୨ବର୍ଷ ହେବ କମ୍ପାନୀର କାରବାର କେତେକାଂଶରେ ପ୍ରଭାବିତ ହୋଇଥିଲା। ସେହିପରି ସରକାରଙ୍କ କରୋନା କଟକଣା ଯୋଗୁ ଫ୍ୟାକ୍ଟ୍ରିଗୁଡିକରେ କାମ ବନ୍ଦ ହୋଇଯାଇଥିଲା। ଫଳରେ ଏହି ସମୟରେ ଆମେ ଅନେକ କ୍ଷତି ସହିଛୁ ହେଲେ ଚଳିତ ବର୍ଷ କାରବାର ଟ୍ରାକକୁ ଫେରିବା ସହ ପୂର୍ବ ବର୍ଷର କ୍ଷତିକୁ ଭରଣା ପାଇଁ ପ୍ରୟାସ କରିବୁ ବୋଲି ଆଶା ରହିଛି।
ଓଡିଶା ବଜାର ପାଇଁ କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କୋଭିଡ୍‌ ଯୋଗୁ ମାନ୍ଦା ରହିଥିବା କାର୍ଯ୍ୟକ୍ରମକୁ ଆରମ୍ଭ ସହ ଓଡିଶା ବଜାରରେ ସୁପ୍ରିମର ଅନେକଗୁଡିଏ ଏକ୍ସକ୍ଲୁସିଭ ଷ୍ଟୋର ଖୋଲାଯିବା ନେଇ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ କଟକରେ ୨ଟି ଲକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରିଛୁ। ସେହିଭଳି ଆମର ୨.୦ କନ୍‌ସେପ୍ଟକୁ ମଧ୍ୟ ଅଗ୍ରଗତି କରାଉଛୁ। ଯେଉଁଠାରେ କମ୍ପାନୀର ପ୍ରଡକ୍ଟଗୁଡିକର ବିସ୍ତୁତ ଶୃଙ୍ଖଳାକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ କରାଯାଉଛି। ସେହିଭଳି ପ୍ରାୟ ୧୪ ଏକ୍ସକ୍ଲୁସିଭ ଷ୍ଟୋର ପୂର୍ବାଞ୍ଚଳରେ ଖୋଲାଯାଇଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା ଆଉ ୧୦୦ ଏଭଳି ଷ୍ଟୋରର ଶୁଭାରମ୍ଭ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
ଅବସର ସମୟରେ କ’ଣ କରିବାକୁ ପସନ୍ଦ କରିଥାନ୍ତି?
ବ୍ୟସ୍ତବହୁଳ ଜୀବନ ଯାତ୍ରାରେ ଅବସରର ଶବ୍ଦ ନ ଥାଏ, ହେଲେ ବିନା ଅବସରରେ ଅବସାଦ ପୂରଣ ହୋଇ ନ ଥାଏ। ସେଥିପାଇଁ ଅବସର ସମୟରେ ଘରେ ଥିଲେ ଖବରକାଗଜ, ଟିଭି ଓ ପରିବାରଜନଙ୍କ ସହ ସମୟ ଅତିବାହିତ କରିଥାଏ। ଯେ ହେତୁ ମୁଁ ବହୁ ସମୟ ବାହାରେ ରୁହେ ସେଥିପାଇଁ ପରିଭ୍ରମଣ ସହ ମନୋରଞ୍ଜନ ଏବଂ କ୍ରୀଡା ଓ ପଶୁପ୍ରେମରେ ସମୟ ଅତିବାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri