ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash Withdrawal) ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂଆ ନିୟମ ୧ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ। ଏହାର ପ୍ରତ୍ୟକ୍ଷ ପ୍ରଭାବ SBI ର Salary Package Account ଏବଂ BSBDA (Basic Savings Bank Deposit Account) ଗ୍ରାହକଙ୍କ ଉପରେ ପଡ଼ିବ।

ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି, ତେବେ ଏହି ନୂଆ ମାଗଣା ନେଣଦେଣ (Free Transaction) ସୀମା ଏବଂ ଚାର୍ଜ ବିଷୟରେ ଜାଣିରଖିବା ଆବଶ୍ୟକ:

୧. ସାଲାରୀ ଆକାଉଣ୍ଟ (Salary Account) ଧାରୀଙ୍କ ପାଇଁ ନୂଆ ନିୟମ

  • ଅନ୍ୟ ବ୍ୟାଙ୍କ ATM ରୁ ମାଗଣା ଟ୍ରାନ୍ସଜାକସନ୍: ଅକ୍ଟୋବର ୧ ରୁ ଅନ୍ୟ ବ୍ୟାଙ୍କର ATM/ADWM(Automated Deposit cum Withdrawal Machine)ରୁ ମାସକୁ ମାତ୍ର ୫ ଟି ମାଗଣା ଟ୍ରାନ୍ସଜାକସନ୍ ମିଳିବ। ପୂର୍ବରୁ ଏହି ସୀମା ୧୦ ଟି ଥିଲା। ଏହି ସୀମାରେ ଉଭୟ ଆର୍ଥିକ (Financial) ଏବଂ ଅଣ-ଆର୍ଥିକ (Non-Financial) ନେଣଦେଣ ଅନ୍ତର୍ଭୁକ୍ତ।

  • ସୀମା ଶେଷ ହେବା ପରେ ଚାର୍ଜ: ୫ ଟି ମାଗଣା ନେଣଦେଣ ପରେ, ପ୍ରତି ନଗଦ ଉଠାଣ (Cash Withdrawal) ପାଇଁ ୨୩ ଟଙ୍କା + GST ଏବଂ ଅଣ-ଆର୍ଥିକ ନେଣଦେଣ (ଯେପରିକି ବାଲାନ୍ସ ଚେକ୍) ପାଇଁ ୧୧ ଟଙ୍କା + GST ଚାର୍ଜ ଦେବାକୁ ପଡ଼ିବ।

  • SBI ATM ରେ କୌଣସି ପରିବର୍ତ୍ତନ ନାହିଁ: SBI ର ନିଜସ୍ୱ ATM/ADWM ରେ ପୂର୍ବପରି ସୁବିଧା ଜାରି ରହିବ। ଏହା ସହିତ କାର୍ଡଲେସ୍ କ୍ୟାଶ୍ ଓ୍ବିଥଡ୍ରଆଲ୍ (Cardless Cash Withdrawal) ସୁବିଧା ମଧ୍ୟ ପୂର୍ବପରି ମାଗଣା ରହିବ।

୨. BSBDA (ମୂଳ ସଞ୍ଚୟ ଖାତା) ଗ୍ରାହକଙ୍କ ପାଇଁ ନିୟମ

  • ନଗଦ ଉଠାଣ ସୀମା: BSBDA(Basic Savings Bank Deposit Account ) ଖାତାଧାରୀମାନେ ପ୍ରତି ମାସରେ ପ୍ରଥମ ୪ ଟି ନଗଦ ଉଠାଣ ମାଗଣାରେ କରିପାରିବେ।

  • ସୀମା ପରେ ଚାର୍ଜ: ୪ ଟି ଟ୍ରାନ୍ସଜାକସନ୍ ସରିବା ପରେ, ପ୍ରତି ନଗଦ ଉଠାଣ ଉପରେ ୧୫ ଟଙ୍କା + GST ଦେବାକୁ ହେବ।

  • ସବୁ ମାଧ୍ୟମ ଏକାଠି ଗଣାଯିବ: ବ୍ୟାଙ୍କ ଶାଖା (Branch), ATM, Micro-ATM, AEPS ଏବଂ CASH@POS ଭଳି ସମସ୍ତ ମାଧ୍ୟମରୁ କରାଯାଇଥିବା ନଗଦ ଉଠାଣକୁ ଏହି ୪ ଟି ମାଗଣା ସୀମା ଭିତରେ ଗଣାଯିବ।

ଡିଜିଟାଲ୍ ଟ୍ରାନ୍ସଫର ସମ୍ପୂର୍ଣ୍ଣ ମାଗଣା

ଗ୍ରାହକଙ୍କ ପାଇଁ ଆଶ୍ୱାସନାର ବିଷୟ ହେଉଛି, UPI, IMPS, NEFT, RTGS ଏବଂ POS ମାଧ୍ୟମରେ କରାଯାଉଥିବା ସମସ୍ତ ଡିଜିଟାଲ୍ ଟ୍ରାନ୍ସଜାକସନ୍ ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ।

Dharitri – Odisha’s No.1 Odia Daily

Share