ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି କାରଣରୁ ସେମାନେ ସାରା ଜୀବନ ଚାକିରି କରି କରି ବିତାଇ ଦିଅନ୍ତି। କିନ୍ତୁ କିଛି ଲୋକ ଏମିତି ଥାଆନ୍ତି, ଯେଉଁମାନଙ୍କୁ କାହା ଅଧୀନରେ ରହି କାମ କରିବା ଆଦୌ ପସନ୍ଦ ଆସେ ନାହିଁ। ସେମାନଙ୍କ ମୁଣ୍ଡରେ ସବୁବେଳେ ନିଜସ୍ୱ କିଛି କରିବାର ଚିନ୍ତାଧାରା ଚାଲିଥାଏ। ସେମାନେ ରିସ୍କ ନେବାକୁ ଡରନ୍ତି ନାହିଁ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, କିଛି ରାଶିଙ୍କ ମଧ୍ୟରେ ବିଜନେସ ମାଇଣ୍ଡ (ବ୍ୟବସାୟିକ ବୁଦ୍ଧି) ଏବଂ ନେତୃତ୍ୱ ନେବାର ଗୁଣ (ଲିଡରସିପ କ୍ୱାଲିଟି) ଅତ୍ୟନ୍ତ ମଜଭୁତ ଥାଏ। ଏହି ଲୋକମାନେ ଚାକିରି ବଦଳରେ ନିଜସୱ କାରବାର ଛିଡ଼ା କରିବାର ସୱପ୍ନ ଦେଖନ୍ତି। ବସ (ମାଲିକ) ହେବାର କଳା ଏମାନଙ୍କ ଭିତରେ ଭରପୂର ରହିଥାଏ। ଆସନ୍ତୁ ଜାଣିବା, ସେହି ରାଶିଗୁଡ଼ିକ କ’ଣ କ’ଣ?

ମକର ରାଶି
ମକର ରାଶି ଉପରେ ଶନିଙ୍କ ପ୍ରଭାବ ଥାଏ। ଏମାନଙ୍କ ଭିତରେ ର୍ଧଯ୍ୟ ଏବଂ ଶୃଙ୍ଖଳା ପ୍ରଚୁର ମାତ୍ରାରେ ଥାଏ। ଏମାନେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ପ୍ରଥମେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରନ୍ତି, ତା’ପରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାନ୍ତି। ବ୍ୟବସାୟରେ ଶର୍ଟକଟ ବାଛିବାରୁ ଦୂରେଇ ରୁହନ୍ତି। ଧୀରେ ଚାଲିବେ ସତ, କିନ୍ତୁ ମଜଭୁତ ଭିତ୍ତିଭୂମି ତିଆରି କରିବେ। ଚାକିରିରେ ଭଲ ପଦବୀରେ ଥାଇ ମଧ୍ୟ ନିଜେ ନିଜର ବସ ହେବାର ଇଚ୍ଛା ରହିପାରେ। ଟଙ୍କା ଏବଂ କାମର ଯୋଜନା ଉପରେ ଏମାନଙ୍କର ଭଲ ପକଡ଼ ଥାଏ। କଷ୍ଟସାଧ୍ୟ ସମୟରେ ମଧ୍ୟ ଏମାନେ ସହଜରେ ହାର ମାନନ୍ତି ନାହିଁ। ଦୀର୍ଘକାଳୀନ ଭିତ୍ତିରେ ଏକ ବଡ଼ କାରବାର ଗଢ଼ିବାର କ୍ଷମତା ଏମାନଙ୍କ ପାଖରେ ଥାଏ।

ମେଷ ରାଶି:
ମେଷ ରାଶି ଉପରେ ମଙ୍ଗଳଙ୍କ ପ୍ରଭାବ ଥାଏ। ଏମାନଙ୍କ ଭିତରେ ଉତ୍ସାହ, ସାହସ ଏବଂ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଏମାନେ ଅଧିକ ଦିନ ପର୍ଯ୍ୟନ୍ତ କାହା ଅଧୀନରେ କାମ କରିବା ପସନ୍ଦ କରନ୍ତି ନାହିଁ। କୌଣସି ନୂଆ ଆଇଡିଆ ଆସିବା ମାତ୍ରେ ତାହାକୁ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତି। ବ୍ୟବସାୟ କିମ୍ୱା ଷ୍ଟାର୍ଟଅପ ଆରମ୍ଭ କରିବାରେ ଅଧିକ ସମୟ ନଷ୍ଟ କରନ୍ତି ନାହିଁ। ରିସ୍କ ନେବାକୁ ଡରିବା ବଦଳରେ ତାହାକୁ ଏକ ସୁଯୋଗ ଭାବେ ଗ୍ରହଣ କରନ୍ତି। ଏମାନଙ୍କର ଦ୍ରୁତ ଚିନ୍ତାଧାରା ଏମାନଙ୍କୁ ଆଗକୁ ନେଇଯାଏ। ତେବେ ଅତ୍ୟଧିକ ତରବରିଆ ହେବାରୁ ବର୍ତ୍ତିବା ଜରୁରୀ। ସଠିକ ପ୍ଲାନିଂ ସହିତ ଏମାନଙ୍କର ଉତ୍ସାହ ଏକ ବଡ଼ ଶକ୍ତି ପାଲଟିପାରେ। ନିଜ ସର୍ତ୍ତରେ କାମ କରିବା ଏମାନଙ୍କୁ ବେଶ ପସନ୍ଦ ଥାଏ।

ବୃଷ ରାଶିର ଲୋକମାନେ ଟିକେ ମକର ଏବଂ ମେଷ ରାଶି ଭଳି ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ମକର ଭଳି ସ୍ଥିର ଚିନ୍ତାଧାରା ଏବଂ ମେଷ ଭଳି ଆତ୍ମବିଶ୍ୱାସ ଦେଖିବାକୁ ମିଳେ। ଟଙ୍କାପଇସା ବିଷୟରେ ଏମାନଙ୍କର ଭଲ ବୁଝାମଣା ଥାଏ। ଅର୍ଥର ପରିଚାଳନା (ମ୍ୟାନେଜମେଣ୍ଟ) ଏବଂ କେଉଁଠି ନିବେଶ କରିବା ଉଚିତ୍, ସେ ସମ୍ପର୍କରେ ଏମାନଙ୍କର ଉତ୍ତମ ଧାରଣା ଥାଏ। ଏମାନେ ପରିଶ୍ରମରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଦେଖାଯାଇଛି ଯେ ଏହି ଲୋକମାନେ ମଧ୍ୟ ଧୀରେ ଧୀରେ ଏକ ସ୍ଥିର ତଥା ମଜଭୁତ ବ୍ୟବସାୟ ଛିଡ଼ା କରିପାରନ୍ତି।

Share