Categories: ବାଣିଜ୍ୟ

ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧୬।୩: ଭାରତୀୟ ଜୀବନ ବିମା ନିଗମ(ଏଲ୍‌ଆଇସି) କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛି। ସରକାର ସାର୍ବଜନିକ ଅଞ୍ଚଳରେ ଏଲ୍‌ଆଇସିର ୧.୧୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ୧୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।

ଏଲ୍‌ଆଇସି କହିଛି, କର୍ମଚାରୀଙ୍କ ବେତନ ବୃଦ୍ଧିର ଏହି ନିଷ୍ପତ୍ତି ୨୦୨୨ ଅଗଷ୍ଟ ପହିଲାରୁ ଲାଗୁ ହେବ। ଏଥିସହ ୨୦୧୦ ଏପ୍ରିଲ ପହିଲା ପରଠାରୁ ସାମିଲ ହୋଇଥିବା ପ୍ରାୟ ୨୪,୦୦୦ କର୍ମଚାରୀଙ୍କୁ ଏନ୍‌ପିଏସ୍‌ ଯୋଗଦାନ ୧୦%ରୁ ବୃଦ୍ଧି ପାଇ ୧୪% କରିଦିଆଯାଇଛି। ଚଳିତ ସପ୍ତାହ ଆରମ୍ଭରେ ସରକାର ୨୦୨୨ ନଭେମ୍ବର ପହିଲାରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୧୭% ଦରମା ବୃଦ୍ଧି ନେଇ ସହମତି ପ୍ରକାଶ କରାଯାଇଛି।

Share