ଯୁଦ୍ଧ ସଙ୍କଟରେ ବ୍ୟବସାୟ, ଆମେରିକାଠାରୁ ୨୫୦ ଅବ୍ରାମ୍ସ୍‌ ଟ୍ୟାଙ୍କ କିଣିବ ପୋଲାଣ୍ଡ….

ଓ୍ବାଶିଂଟନ/ଓ୍ବାର୍ସା, ୨୦।୨ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧଖୋର ମନୋଭାବ ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ତ୍ରଶସ୍ତ୍ର ତଥା ଯୁଦ୍ଧ ଉପକରଣ କାରବାର ବୃଦ୍ଧି ପାଇଛି। ରୁଷିଆ ସୈନ୍ୟଙ୍କ ପ୍ରତିରୋଧ କରିବା ଲାଗି ସମ୍ପ୍ରତି ପୋଲାଣ୍ଡ ଆମେରିକାଠାରୁ ବିଧ୍ୱଂସକ ଟ୍ୟାଙ୍କ କୁହାଯାଉଥିବା ଅବ୍ରାମ୍ସ୍‌ କିଣିବାକୁ ଯାଉଛି।

ଆମେରିକାର ବୈଦେଶିକ ବିଭାଗ ୬ ବିଲିୟନ ଡଲାରରେ ୨୫୦ଟି ଅବ୍ରାମ୍ସ୍‌ ଟ୍ୟାଙ୍କ ବିକ୍ରି କରିବାକୁ ଏକ ଚୁକ୍ତିକୁ ଅନୁମୋଦନ କରିଛି। ଏହି ଟ୍ୟାଙ୍କଗୁଡିକ ପୋଲାଣ୍ଡ ସେନାରେ ସାମିଲ ହେବା ପରେ ଏହାର ଗ୍ରାଉଣ୍ଡ ଆଟାକ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ଇତିମଧ୍ୟରେ ପୋଲାଣ୍ଡ ଜର୍ମାନୀଠାରୁ ୨୫୦ଟି ଲିଓପାର୍ଡ ୨-ଏସ୍‌ ଟ୍ୟାଙ୍କ କ୍ରୟ କରିସାରିଛି। ଆମେରିକା ଆଶଙ୍କା କରୁଛି ଯେ ରୁଷିଆ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ବ୍ରିଟେନ ଚେତାବନୀ ଦେଇଛି ଯେ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ଖରାପ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।

ଆମେରିକା ବ୍ୟତୀତ ଅବ୍ରାମ୍ସ୍‌ ଟ୍ୟାଙ୍କକୁ ସୌଦି ଆରବ, ଇରାକ, କୁଏତ ଏବଂ ଅଷ୍ଟ୍ରେଲିଆର ସୈନ୍ୟମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏହି ଟ୍ୟାଙ୍କ ପ୍ରଥମେ ଜେନେରାଲ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମ ଦ୍ୱାରା ୧୯୭୮ରେ ନିର୍ମିତ ହୋଇଥିଲା।

ଏହା ପରେ, ଅପଗ୍ରେଡ କାର୍ଯ୍ୟ ସମୟ ସମୟରେ ଏଥିରେ କରାଯାଇଛି। ପାରସ୍ୟ ଗଲ୍ଫ ଯୁଦ୍ଧ, ଆଫଗାନିସ୍ତାନ ଯୁଦ୍ଧ, ଇରାକ ଯୁଦ୍ଧ, ୨୦୧୧ରେ ଇଜିପ୍ଟ ବିପ୍ଳବ, ଇରାକର ଗୃହଯୁଦ୍ଧ, ୟେମେନ ଉପରେ ସୌଦି ଆରବ ଆକ୍ରମଣରେ ଏହି ଟ୍ୟାଙ୍କ ନିଜର ଶକ୍ତି ପ୍ରଦର୍ଶନ କରିଛି।

ଏହି ଟ୍ୟାଙ୍କରେ ୧୨୦ଏମଏମ ଏମ୍‌-୨୫୬ ସ୍ମୁଥ୍‌ବୋର୍‌ ଗନ୍‌ ଲାଗିଛି। ଏହି ଗନ୍‌ ୩ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଏହା ବ୍ୟତୀତ, ଏଥିଲେ ୧୨୦ ମିଲିମିଟର ଗନ୍‌ ମଧ୍ୟ ଅଛି। ଯାହା କୌଣସି ନିମ୍ନ ଫ୍ଲାଇଙ୍ଗ ବସ୍ତୁକୁ ଗୁଳି କରିବାକୁ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri