ପୁନରୁଦ୍ଧାର ନାଁରେ ବ୍ୟବସାୟ

ବାରିପଦା ଅଫିସ,୧୯ା୨-ମୟୂରଭଞ୍ଜ ଜିଲା ବେତନଟୀସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ(ଏମ୍‌ପିସି) ପରିସରରୁ ବେଆଇନ ମାଟି ଓ ମୋରମ ଉତ୍ତୋଳନ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। କୌଣସି ସରକାରୀ ନିର୍ଦ୍ଦେଶ ନ ଥାଇ ଶହ ଶହ ଟ୍ରିପ ମୋରମ ଉତ୍ତୋଳନ ହେଉଛି। ପୋଖରୀ ପୁନରୁଦ୍ଧାର ନାଁରେ ବ୍ୟବସାୟ ଚଳାଇ ଲକ୍ଷାଧିକ ଟଙ୍କା ରାଜସ୍ବ ଲୁଟ୍‌ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଖବୁଶୀଘ୍ର ଏହାର ତଦନ୍ତ କରି ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଖରୀକୁ ପୋତିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ ଘଟଣାର ତଦନ୍ତ ପାଇଁ ବେତନଟୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଅଞ୍ଚଳବାସୀ ଭେଟି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି।
ସୂଚନା ଅନୁଯାୟୀ, ୧୯୪୬ରେ ୩ଏକରରୁ ଊର୍ଦ୍ଧ୍ୱ ଜମିରେ ଏମ୍‌ପିସି ହାଇସ୍କୁଲ ପ୍ରତିଷ୍ଠା ହୋଇଛି। ଏଠାରେ ୪୮୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସ୍କୁଲ ପରିସରରେ ଏକ ପୋଖରୀ ରହିଛି ା ଏହି ପୋଖରୀର ପୁନରୁଦ୍ଧାର ନିମନ୍ତେ ପରିଚାଳନା ସମିତି ପକ୍ଷରୁ ସିଦ୍ଧାନ୍ତ ନିଆଯାଇଥିଲା ା ତେବେ ପୋଖରୀ ପୁନରୁଦ୍ଧାର ପରିବର୍ତ୍ତେ ଏହାର ମାଟି ଓ ମୋରମକୁ ବେଆଇନ ଭାବେ ଖୋଳାଯାଇ ପ୍ରାୟ ୩୦ଫୁଟ ଗଭୀର କରିଦିଆଯାଇଛି। ଉକ୍ତ ମାଟି ଓ ମୋରମକୁ ସ୍କୁଲ ପରିସରରେ ରଖା ନ ଯାଇ ଜାତୀୟ ରାଜପଥରେ କାର୍ଯ୍ୟକରୁଥିବା ଏକ କମ୍ପାନୀକୁ ବିକ୍ରି କରାଯାଇଛି। ଫଳରେ ପୋଖରୀଟି ଏବେ ମରଣଯନ୍ତା ପାଲଟିଛି। ପୋଖରୀକୁ ଲାଗି ରହିଥିବା ସ୍କୁଲର ପାଚେରୀ ବିପଦ ସଙ୍କୁଳ ହୋଇପଡ଼ିଛି। ସେହିପରି ପୋଖରୀର ଗୋଟିଏ ପାର୍ଶ୍ୱରେ ଜାତୀୟ ରାଜପଥ ରହିଥିବା ବେଳେ ଅନ୍ୟପାର୍ଶ୍ୱ ପୂର୍ତ୍ତ ବିଭାଗ ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଚଳପ୍ରଚଳ କରୁଛି ା ସାମାନ୍ୟ ଅସାବଧନତା ହେଲେ ପୋଖରୀ ମଧ୍ୟରେ ପଡ଼ି ଜୀବନହାନି ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇନଜୀବୀ ହିମାଂଶୁ କୁମାର ପରିଡ଼ା, କୈଳାସ ଚନ୍ଦ୍ର ଅଗ୍ରୱାଲ, ଜନମନ ବେହେରା, ସୁଶାନ୍ତ କୁମାର ବଳା, ବିଶ୍ୱନାଥ ହେମ୍ବ୍ରମ, ସୁନୀଲ ଅଗ୍ରୱାଲ, ମଳୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଖରାଦିନେ ବୁଲା ଜୀବଜନ୍ତୁ ପାଣି ପିଇବା ପାଇଁ ପୋଖରୀକୁ ଯାଇ ମୃତ୍ୟୁବରଣ କରିବାର ସମ୍ଭାବନା ମଧ୍ୟ ଦେଖାଦେଇଛି ା ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ସରକାର ପାଚେରୀ ନିର୍ମାଣ କରୁଥିବା ବେଳେ ପରିଚାଳନା ସମିତି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ପଚାରିବାରୁ ପରିଚାଳନା ସମିତିର ନିଷ୍ପତ୍ତି କ୍ରମେ ପୋଖରୀ ଖୋଳାଯାଇଛି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆଦେଶ ନ ଥିବା ବେଳେ ଏଭଳି ଭୁଲକୁ ସୁଧାରିବେ ବୋଲି ସ୍ବୀକାର କରିଛନ୍ତି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସମାଧାନ କରିବା ପାଇଁ ପୁରାତନ ଛାତ୍ର ସଂସଦ, ଅଞ୍ଚଳବାସୀ ଓ ଅଭିଭାବକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri