ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍ନେସ ଏକ୍ଜିକ୍ୟୁଟିଭ ପରମଜିତ୍ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି। ସେମାନଙ୍କ ବିଲ୍ଡିଂ ବାହାରେ କାର୍ ପାର୍କିଂକୁ ନେଇ ବିବାଦରୁ ଗୁଳିକାଣ୍ଡ ଘଟିଥିଲା। ପରମଜିତ୍ ପୂର୍ବରୁ ଭାରତୀୟ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରାର ଏସିଆ ମୁଖ୍ୟ ଥିଲେ ଏବଂ ବର୍ତ୍ତମାନ ସେ ଭିଏଟ୍ନାମର ଏକ କମ୍ପାନୀରେ କାମ କରୁଥିଲେ ବୋଲି ପୋଲିସ କହିଛି। ଫେରାର ଅଭିଯୁକ୍ତ ମୋନୁ ଶର୍ମାଙ୍କୁ ପୋଲିସ ଗିରଫ କରିଛି।