Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ ପୋଷ୍ଟ ଗ୍ରାଜୁଏଟ୍‌ ମାଷ୍ଟର୍ସ ଇନ୍‌ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେଶନ ସମାପ୍ତ କରିଛନ୍ତି। ଆମେରିକାର ୟୁନିଭର୍ସିଟି ଅଫ୍‌ ଉଟାହ ସ୍କୁଲ ଅଫ୍‌ ମେଡିସିନରେ ଆଡଭାନ୍ସଡ୍‌ ଟ୍ରମା ଲାଇଫ୍‌ ସପୋର୍ଟର ଫ୍ୟାକଲ୍ଟି ଭାବରେ କାର୍ଯ୍ୟ କରିଥିଲେ। ଅପରେଶନ୍ସ, ମେଡିକାଲ ଷ୍ଟ୍ରାଟେଜି, ମର୍ଜର ଓ ଆକ୍ୱିଜିଶନ, କ୍ୱାଲିଟି ଆସ୍ୟୁରାନ୍ସ ଏବଂ କ୍ଲିନିକାଲ ଏକ୍ସଲେନ୍ସ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି। ଡା. ଶ୍ରୀବାସ୍ତବଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- ଆପୋଲୋ ହସ୍ପିଟାଲ୍ସ ୧୯୮୩ ମସିହାରେ ଗୋଟିଏ ହସ୍ପିଟାଲରୁ ଆରମ୍ଭକରି ବର୍ତ୍ତମାନ ଏସିଆ ସାରା ୭୩ଟି ହସ୍ପିଟାଲର ଏକ ବିସ୍ତୃତ ନେଟ୍‌ୱର୍କକୁ କିପରି ସଫଳତାର ସହ ବିସ୍ତାର କରିପାରିଲା?
ଉ- ଆପୋଲୋ ହସ୍ପିଟାଲ୍ସ କ୍ଲିନିକାଲ ଏବଂ ସର୍ଭିସ୍‌ ଏକ୍ସଲେନ୍ସ ମାଧ୍ୟମରେ ରୋଗୀଙ୍କ ବିଶ୍ୱାସ ଜିତିବା ଉପରେ ଧ୍ୟାନଦେଇ ଆସିଛି। ଆମେ ଦେଶରେ ସବୁଠାରୁ ଆଧୁନିକ ଟେକ୍ନୋଲୋଜି ଏବଂ କ୍ଲିନିକାଲ ସ୍ପେଶାଲିଟିରେ ଅନ୍ତର୍ଜାତୀୟ ମାନ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦେଉଛୁ। ଏହା ସହିତ ଏକ ଶକ୍ତିଶାଳୀ କ୍ଲିନିକାଲ ଟାଲେଣ୍ଟ ବେସ୍‌ ମାଧ୍ୟମରେ ଉତ୍କର୍ଷ ପ୍ରଦାନ କରୁଛୁ, ଯାହା ପୂରା ବ୍ୟବସାୟର ମୂଳ।
ପ୍ର- ଆପୋଲୋ କେଉଁ ବ୍ୟବସାୟିକ ରଣନୀତି ମାଧ୍ୟମରେ ଭାରତର ପ୍ରାଇଭେଟ୍‌ ହେଲ୍‌ଥକେୟାର କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିପାରିଲା?
ଉ- ଆପୋଲୋର ସମସ୍ତ ୭୩ଟି ହସ୍ପିଟାଲରେ ଏକା ପ୍ରକାର ଗୁଣବତ୍ତା ବଜାୟ ରଖି କ୍ଲିନିକାଲ୍‌ ଏବଂ ସର୍ଭିସ୍‌ ଏକ୍ସଲେନ୍ସ ନିଶ୍ଚିତ କରୁଛୁ। ଆମେ ଅନ୍ତର୍ଜାତୀୟ ମାନଙ୍କ ସହିତ କ୍ଲିନିକାଲ ଆଉଟ୍‌କମ୍‌ ତୁଳନା କରି ଆପୋଲୋ କ୍ଲିନିକାଲ୍‌ ଏକ୍ସଲେନ୍ସ ପ୍ରୋଗ୍ରାମ୍‌ ଚଳାଉଛୁ, ଯାହା ଦେଶରେ ଏକ ଅନନ୍ୟ କାର୍ଯ୍ୟକ୍ରମ। ଦ୍ୱିତୀୟତଃ, ଆମେ ଏପରି ଟେକ୍ନୋଲୋଜିରେ ବହୁ ନିବେଶ କରୁଛୁ ଯାହା ରୋଗୀଙ୍କ ହସ୍ପିଟାଲ ରହଣି ସମୟ କମ୍‌ କରେ। ଏହା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ କରେ। ବିଶେଷକରି, ଆପୋଲୋ ଟାଲେଣ୍ଟ, ବେଷ୍ଟ-ଇନ୍‌-କ୍ଲାସ୍‌ ଇକ୍ୱିପମେଣ୍ଟ ଏବଂ ଉନ୍ନତ ଟୁଲ୍ସର ଅନନ୍ୟ ମିଶ୍ରଣ ମାଧ୍ୟମରେ ଦେଶରେ ନେତୃତ୍ୱ ନେଇଛି
ପ୍ର- ଆପୋଲୋ ୨୪/୭ ପ୍ଲାଟ୍‌ଫର୍ମ ତଥା ଆପୋଲୋର ଡିଜିଟାଲ ଟ୍ରାନ୍ସଫର୍ମେଶନ ସମ୍ପର୍କରେ କ’ଣ କହିବେ?
ଉ- ଆପୋଲୋ ୨୪/୭ ହେଉଛି ଭାରତର ସର୍ବବୃହତ୍ତମ ମଲ୍ଟି-ଚ୍ୟାନେଲ ଡିଜିଟାଲ ହେଲ୍‌ଥକେୟାର ପ୍ଲାଟ୍‌ଫର୍ମ। ଏହାର ଲକ୍ଷ୍ୟ ହେଉଛି ହେଲ୍‌ଥକେୟାରରୁ ସମସ୍ତ ଫ୍ଲେକ୍ସିବିଲିଟି ବାଧା ଦୂରକରିବା। ଏହି ପ୍ଲାଟ୍‌ଫର୍ମ ରୋଗୀଙ୍କୁ ଅନ୍‌ଲାଇନ ସେବା ପ୍ରଦାନକରି ଯାତାୟାତ ସମସ୍ୟା ଦୂର କରିଛି ଏବଂ ଆପୋଲୋ ଗ୍ରୁପ୍‌ର ମୂଳଲକ୍ଷ୍ୟ ଅନୁଯାୟୀ ଉନ୍ନତ ହେଲ୍‌ଥକେୟାରକୁ ସବୁଠାରୁ ସହଜ ଉପଲବ୍ଧ କରାଇଛି।
ପ୍ର- ଆପୋଲୋ ପ୍ରିମିୟମ ହେଲ୍‌ଥକେୟାର ଏବଂ ସୁଲଭ ମୂଲ୍ୟର ସେବା ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ କେଉଁ ଚ୍ୟାଲେଞ୍ଜ ସମ୍ମୁଖୀନ ହେଉଛି?
ଉ- ଉନ୍ନତ ହେଲ୍‌ଥକେୟାର ଏକ ପ୍ରିମିୟମ ମୂଲ୍ୟରେ ଆସେ, ବିଶେଷକରି ଯେତେବେଳେ ରୋଗୀ ନିଜ ପକେଟ୍‌ରୁ ଖର୍ଚ୍ଚ କରନ୍ତି। ପ୍ରତିଯୋଗିତାମୂଳକ ବଜାରରେ ସୁଲଭତା ଏକ ବଡ଼ ଚ୍ୟାଲେଞ୍ଜ। ଆମେ ସ୍ବଦେଶୀ ଉପକରଣ ବ୍ୟବହାରକରି ଚିକିତ୍ସା ଖର୍ଚ୍ଚ କମାଇବାକୁ ଚେଷ୍ଟା କରୁଛୁ, କିନ୍ତୁ କେତେକ ସ୍ପେଶାଲିଟିରେ ଉଚ୍ଚ ମୂଲ୍ୟର ଔଷଧ ଏବଂ ଉଚ୍ଚ ମୂଲ୍ୟର ଇକ୍ୱିପମେଣ୍ଟ୍‌ ନିବେଶ ହେତୁ ଖର୍ଚ୍ଚ କମାଇବା କଷ୍ଟକର ହୋଇଥାଏ। ଜଟିଳ ପ୍ରକ୍ରିୟାରେ ଖର୍ଚ୍ଚ ହ୍ରାସ ସମ୍ଭବ ହୁଏ ନାହିଁ।
ପ୍ର- ଏକ ଉଦ୍ୟୋଗୀ ଭାବରେ ଆପଣ ଚିକିତ୍ସାକ୍ଷେତ୍ରକୁ ବ୍ୟବସାୟ ପାଇଁ କାହିଁକି ବାଛିଲେ? ଉଦ୍ୟୋଗୀମାନଙ୍କୁ ଆପଣ କେଉଁ ପରାମର୍ଶ ଦେବେ?
ଉ- ଚିକିତ୍ସା କ୍ଷେତ୍ରରେ ଯାହାକୁ ଆପଣ ଗୁରୁତ୍ୱ ଦେଇଛନ୍ତି, ତାହାକୁ ବାଛନ୍ତୁ। ସେଥିରେ ୩ବର୍ଷ ବା ୧୦ ବର୍ଷ ପର୍ଯ୍ୟନ୍ତ ନିରନ୍ତର ନିବେଶ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସେହି କ୍ଷେତ୍ରରେ ଉତ୍କର୍ଷ ଲାଭ କରିବେ ଏବଂ ବଜାରରେ ନିଜର ସେବା ପାଇଁ ପରିଚିତ ହେବେ।

 

Dharitri – Odisha’s No.1 Odia Daily