ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ମଧ୍ୟରେ ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ ଥର ପାଇଁ ୨୦୦ ମିଲିୟନ ଟନ୍‌ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍‌ ହୋଇପାରିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ଏହି ଲକ୍ଷ୍ୟ ହାସଲ ହୋଇପାରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳପଥ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍‌ ଥିଲା। ବର୍ତ୍ତମାନ ଏହା ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍‌ ହୋଇପାରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୧୪୯.୫୦ ନିୟୁତ ଟନ୍‌ କୋଇଲା, ୧୨.୯ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, ୨୦.୧୫ ନିୟୁତ ଟନ୍‌ ଷ୍ଟିଲ୍‌ ଆଣ୍ଡ ସ୍ଲାଗ୍‌, ୩୭.୪ ନିୟୁତ ଟନ୍‌ ଲୁହାପଥର, ୧.୨୧ ନିୟୁତ ଟନ୍‌ ସିମେଣ୍ଟ, ୩.୧୬ ନିୟୁତ ଟନ ଖାଦ୍ୟଶସ୍ୟ ପରିବହନ କରିଥିବାବେଳେ ୬.୪ ନିୟୁତ ଟନ୍‌ ସାର, ୩.୦ ନିୟୁତ ଟନ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୨୩.୨୭ ନିୟୁତ ଟନ୍‌ ପଣ୍ୟ ପରିବହନ କରାଯାଇପାରିଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା ୬ ପ୍ରତିଶତରୁ ଅଧିକ ପଣ୍ୟ ପରିବହନ କରିପାରିଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍‌, ରେଳ ମଣ୍ଡଳ ୧୫୬.୧୭ ନିୟୁତ ଟନ ପଣ୍ୟ ବୋଝେଇ କରିଥିବାବେଳେ ୱାଲ୍‌ଟିୟର ରେଳମଣ୍ଡଳ ୭୪.୬୬ ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ୧୯.୨୦ ନିୟୁତ ଟନ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେମାନଙ୍କର ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି। ତାଳଚେରରେ ଏମ୍‌ସିଏଲ୍‌ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାରାଦୀପ, ଧାମରା, ଭାଇଜାଗ, ଗଙ୍ଗାଭରମ ଏବଂ ଗୋପାଳପୁର ଆଦି ୫ଟି ମନ୍ଦର, ଛତିଶଗଡ଼ର ବୈଲାଡିଲାରେ ଲୁହାପଥର ଖଣି, ବୃହତ୍‌ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି। ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ କହିଛନ୍ତି, ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହ ଠିକ୍‌ ଚିନ୍ତାଧାରା ଏହି ରେଳପଥ ଜୋନ୍‌ ପାଇଁ ସଫଳତା ଆଣିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri