ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ, ୨ ଗୁରୁତର

ପାପଡ଼ାହାଣ୍ଡି,୧୯ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ସକାଳୁ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଜୟପୁରରୁ ଭବାନୀପାଟଣା ଯାଉଥିବା ସରକାରୀ ବସ୍‌ ଓଡି ୦୮ ଜି ୭୦୫୩ ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଟିଏସ ୦୬ ୟୁସି ୩୫୯୮ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ମୈଦଲପୁର ପୋଲିସ ଓ ପାପଡ଼ାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍‌ରେ ଥିବା ଜଣେ ମହିଳା ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।