ଜାନୁୟାରୀ ୧୭ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ଜାନୁୟାରୀ ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ରୁ କୌଣସି ବସ୍‌ ଗଡ଼ିବନି ବୋଲି ରାଜ୍ୟ ସରକାରଙ୍କୁ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି।

୮ ଦଫା ଦାବି ପୂରଣ ନେଇ ବୁଧବାର ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍‌ର ମାଲିକ ଯୋଗଦେଇ ସରକାରଙ୍କ ସ୍କ୍ରାପ ପଲିସିକୁ ବିରୋଧ କରିଥିଲେ।