ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

ଘଟଣା ସମୟରେ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସ୍‌ଟି ରାସ୍ତାରୁ ଖାଲକୁ ଖସିପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଫଳରେ ଏକ ବଡ଼ ଧରଣର ଅଘଟଣରୁ ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଖବର ପାଇ ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପକ୍ଷରୁ ଜେସିବି ମେସିନ୍‌ ସହାୟତାରେ ଖାଲରେ ଖସିପଡ଼ିଥିବା ବସ୍‌ଟିକୁ ଉଦ୍ଧାର କରାଯାଇଥିଲା।ତେବେ ବସ୍‌ଟି କେଉଁ କାରଣରୁ ରାସ୍ତାରୁ ଖାଲକୁ ଖସିଲା, ସେନେଇ ସଠିକ୍‌ କାରଣ ଜଣାପଡ଼ିନାହିଁ। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

Dharitri – Odisha’s No.1 Odia Daily

Share