ରାଜପଥରେ ଓଲଟିଲା ବସ୍‌: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ

କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍‌-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍‌। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇ ପରେ ଓଲଟି ପଡ଼ିଥିଲା। ଏଥିରେ ବସ୍‌ର କଣ୍ଡକ୍ଟରଙ୍କର ମୃତ୍ୟୁ ଘଟିବା ୧୩ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ମୃତକ ଜଣକ କଟକ ସଦର ଥାନା ଖଲର୍ଦ୍ଧା ଅଞ୍ଚଳର ପ୍ରକାଶ ସ୍ବାଇଁ ବୋଲି ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି। ଅନେକଙ୍କ ମୁଣ୍ଡ ଓ କାନ୍ଧରେ ଗୁରୁତର ଆଘାତ ଲାଗିଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବି ମେଡିକାଲକୁ ପଠାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୧୦ ଜଣ ପୁରୁଷ ଅଛନ୍ତି। ଅନ୍ୟ ସାମାନ୍ୟ ଆହତମାନେ ଦୁର୍ଘଟଣାସ୍ଥଳରୁ ଘରକୁ ଯାଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଅଗ୍ନିଶମ ଓ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣା ହେତୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ଆହତମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଭିଡ଼ ଜମାଇଥିବାରୁ ଦୀର୍ଘ ସମୟ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବସ୍‌ରୁ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଉଦ୍ଧାର କରାଯିବା ପରେ ବସ୍‌ଟିକୁ କ୍ରେନ୍‌ ଦ୍ୱାରା ଉଠାଯାଇଥିଲା। ସଦର ଥାନା ପୋଲିସ ବସ୍‌କୁ ଜବତ କରି ଥାନାକୁ ନେଇଛି। ବସ୍‌୍‌ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଏହାପରେ ରାଜପଥରେ ଯାନ ଚଳାଚଳ ସ୍ବାଭାବିକ ହୋଇଛି।
ସୂଚନା ଅନୁସାରେ, ବସ୍‌ଟି ଦୁର୍ଘଟଣା ହୋଇ ଓଲଟି ପଡ଼ିବା ସମୟରେ ଜୋର୍‌ରେ ଶବ୍ଦ ସୃଷ୍ଟି ହୋଇଥିଲା। ରାଜପଥ ପାର୍ଶ୍ୱରେ ବ୍ୟବସାୟ କରୁଥିବା ପ୍ରତ୍ୟକ୍ଷଦର୍ଶୀ ସୁବାସ କୁମାର ସ୍ବାଇଁଙ୍କ କହିବାନୁସାରେ, ବସ୍‌ଟି ଓଲଟି ପଡ଼ିବା ପରେ ଯାତ୍ରୀମାନେ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ଯାତ୍ରୀମାନେ ଅଜାଡ଼ି ହେବା ପରି ବସ୍‌ ଭିତରେ ଗଳିପଡ଼ିଥିଲେ। ସେମାନେ ବସ୍‌ର ବିଭିନ୍ନ ଅଂଶରେ ବାଡ଼େଇ ହୋଇଯିବାରୁ କ୍ଷତାକ୍ତ ହୋଇଥିଲେ। ସେମାନଙ୍କ ଚିତ୍କାର ସାଙ୍ଗକୁ ବସ୍‌ ପଡ଼ିବାର ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସମସ୍ତେ ଯାତ୍ରୀମାନଙ୍କ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ। ବସ୍‌ଟି ବାମ ପାର୍ଶ୍ୱକୁ ପଡ଼ିବା ପରେ ଡୋର ପାଖରେ ଥିବା କଣ୍ଡକ୍ଟର ତଳକୁ ଖସି ବସ୍‌ ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ବହୁ କଷ୍ଟରେ ତଳୁ ବାହାର କରାଯାଇଥିଲା। ତେବେ ଯାତ୍ରୀମାନଙ୍କୁ ଉପର ପଟରୁ କାଚ ଭାଙ୍ଗି ବାହାର କରାଯାଇଥିଲା। ମହିଳା ଓ ଶିଶୁମାନେ ବହୁ କଷ୍ଟରେ ଉପରକୁ ଆସିଥିଲେ। ଏନେଇ ସଦର ଥାନାରେ ଏକ କେସ୍‌ ରୁଜୁ ହୋଇଛି ଓ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଚିକିତ୍ସା ପାଇଁ ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍‌
ଏସ୍‌ସିବି ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇ ଆହତମାନଙ୍କ ଚିକିତ୍ସା କରାଯାଉଛି। ଡାକ୍ତରୀ ଟିମ୍‌ରେ ଅର୍ଥପେଡିକ, ନ୍ୟୁରୋସର୍ଜରୀ, ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟମାନେ ସାମିଲ ଅଛନ୍ତି। ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆହତମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ମେଡିକାଲରେ ଆହତଙ୍କ ସମସ୍ତ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯିବ। ଏଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି। ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ମୁତୟନ କରାଯାଇଛି। ଏସ୍‌ସିବିରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିରାମୟ ଉପଦେଷ୍ଟା ଡ. ରଞ୍ଜନ ବିଶ୍ୱାଳ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ଡାକ୍ତରମାନଙ୍କ ସହ ଚିକିତ୍ସା ନେଇ ଆଲୋଚନା କରିଛନ୍ତି। ଯେପରି ଠିକ୍‌ ଭାବେ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଉଭୟେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଆହତ ଓ ମୃତକଙ୍କ ପାଇ ସହାୟତା ରାଶି ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ମେୟର।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri