ରାଜପଥରେ ଓଲଟିଲା ବସ୍‌: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ

କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍‌-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍‌। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇ ପରେ ଓଲଟି ପଡ଼ିଥିଲା। ଏଥିରେ ବସ୍‌ର କଣ୍ଡକ୍ଟରଙ୍କର ମୃତ୍ୟୁ ଘଟିବା ୧୩ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ମୃତକ ଜଣକ କଟକ ସଦର ଥାନା ଖଲର୍ଦ୍ଧା ଅଞ୍ଚଳର ପ୍ରକାଶ ସ୍ବାଇଁ ବୋଲି ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି। ଅନେକଙ୍କ ମୁଣ୍ଡ ଓ କାନ୍ଧରେ ଗୁରୁତର ଆଘାତ ଲାଗିଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବି ମେଡିକାଲକୁ ପଠାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୧୦ ଜଣ ପୁରୁଷ ଅଛନ୍ତି। ଅନ୍ୟ ସାମାନ୍ୟ ଆହତମାନେ ଦୁର୍ଘଟଣାସ୍ଥଳରୁ ଘରକୁ ଯାଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଅଗ୍ନିଶମ ଓ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣା ହେତୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ଆହତମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଭିଡ଼ ଜମାଇଥିବାରୁ ଦୀର୍ଘ ସମୟ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବସ୍‌ରୁ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଉଦ୍ଧାର କରାଯିବା ପରେ ବସ୍‌ଟିକୁ କ୍ରେନ୍‌ ଦ୍ୱାରା ଉଠାଯାଇଥିଲା। ସଦର ଥାନା ପୋଲିସ ବସ୍‌କୁ ଜବତ କରି ଥାନାକୁ ନେଇଛି। ବସ୍‌୍‌ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଏହାପରେ ରାଜପଥରେ ଯାନ ଚଳାଚଳ ସ୍ବାଭାବିକ ହୋଇଛି।
ସୂଚନା ଅନୁସାରେ, ବସ୍‌ଟି ଦୁର୍ଘଟଣା ହୋଇ ଓଲଟି ପଡ଼ିବା ସମୟରେ ଜୋର୍‌ରେ ଶବ୍ଦ ସୃଷ୍ଟି ହୋଇଥିଲା। ରାଜପଥ ପାର୍ଶ୍ୱରେ ବ୍ୟବସାୟ କରୁଥିବା ପ୍ରତ୍ୟକ୍ଷଦର୍ଶୀ ସୁବାସ କୁମାର ସ୍ବାଇଁଙ୍କ କହିବାନୁସାରେ, ବସ୍‌ଟି ଓଲଟି ପଡ଼ିବା ପରେ ଯାତ୍ରୀମାନେ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ଯାତ୍ରୀମାନେ ଅଜାଡ଼ି ହେବା ପରି ବସ୍‌ ଭିତରେ ଗଳିପଡ଼ିଥିଲେ। ସେମାନେ ବସ୍‌ର ବିଭିନ୍ନ ଅଂଶରେ ବାଡ଼େଇ ହୋଇଯିବାରୁ କ୍ଷତାକ୍ତ ହୋଇଥିଲେ। ସେମାନଙ୍କ ଚିତ୍କାର ସାଙ୍ଗକୁ ବସ୍‌ ପଡ଼ିବାର ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସମସ୍ତେ ଯାତ୍ରୀମାନଙ୍କ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ। ବସ୍‌ଟି ବାମ ପାର୍ଶ୍ୱକୁ ପଡ଼ିବା ପରେ ଡୋର ପାଖରେ ଥିବା କଣ୍ଡକ୍ଟର ତଳକୁ ଖସି ବସ୍‌ ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ବହୁ କଷ୍ଟରେ ତଳୁ ବାହାର କରାଯାଇଥିଲା। ତେବେ ଯାତ୍ରୀମାନଙ୍କୁ ଉପର ପଟରୁ କାଚ ଭାଙ୍ଗି ବାହାର କରାଯାଇଥିଲା। ମହିଳା ଓ ଶିଶୁମାନେ ବହୁ କଷ୍ଟରେ ଉପରକୁ ଆସିଥିଲେ। ଏନେଇ ସଦର ଥାନାରେ ଏକ କେସ୍‌ ରୁଜୁ ହୋଇଛି ଓ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଚିକିତ୍ସା ପାଇଁ ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍‌
ଏସ୍‌ସିବି ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇ ଆହତମାନଙ୍କ ଚିକିତ୍ସା କରାଯାଉଛି। ଡାକ୍ତରୀ ଟିମ୍‌ରେ ଅର୍ଥପେଡିକ, ନ୍ୟୁରୋସର୍ଜରୀ, ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟମାନେ ସାମିଲ ଅଛନ୍ତି। ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆହତମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ମେଡିକାଲରେ ଆହତଙ୍କ ସମସ୍ତ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯିବ। ଏଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି। ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ମୁତୟନ କରାଯାଇଛି। ଏସ୍‌ସିବିରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିରାମୟ ଉପଦେଷ୍ଟା ଡ. ରଞ୍ଜନ ବିଶ୍ୱାଳ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ଡାକ୍ତରମାନଙ୍କ ସହ ଚିକିତ୍ସା ନେଇ ଆଲୋଚନା କରିଛନ୍ତି। ଯେପରି ଠିକ୍‌ ଭାବେ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଉଭୟେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଆହତ ଓ ମୃତକଙ୍କ ପାଇ ସହାୟତା ରାଶି ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ମେୟର।

Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri