ବୌଦ୍ଧ,୮ା୮(ଅଜିତ କୁମାର ବାରିକ): ଗୁରୁବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ଗଜରାଜପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ବୁଲେଟ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନାନୁଯାୟୀ, ବାଉଁଶୁଣୀ ଥାନା ପିଙ୍ଗଳା ବେଡ଼ା ଗ୍ରାମର ଅମିତ ଝାଙ୍କର ଓ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ନିଜ ବୁଲେଟ୍ ଓଡି ୨୭ ବି ୦୪୪୫ ଯୋଗେ ଘରକୁ ଫେରୁଥିବା ସମୟରେ ଭୁବନେଶ୍ବରରୁ ଉମରକୋଟ ଅଭିମୁଖେ ଯାଉଥିବା ଓଡି ୨୫ କ୍ୟୁ ୪୫୬୬ ନଂ ବିଶିଷ୍ଟ ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଗଜରାଜପୁର ନିକଟରେ ଧକ୍କା ହୋଇଥିଲା। ଫଳରେ ଉଭୟ ବୁଲେଟ୍ ଆରୋହୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ବାଉଁଶୁଣୀ ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବୌଦ୍ଧ ଡାକ୍ତରଖାନାରେ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


