ବାଇକ୍‌କୁ ଧକ୍କା ଦେଲା ବସ୍‌: ବାଇକ୍‌ ଆରୋହୀଙ୍କ ମୃତ

ଅନୁଗୋଳ ଅଫିସ,୧୫।୫: ଅନୁଗୋଳ ଜିଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ ଘଟିଛି। ମୃତ ବ୍ୟକ୍ତି ହେଲେ ପାଲଲହଡା ସିଗଡ଼ ଗାଁର ଶରତ ପ୍ରଧାନ। ସାଇନାଥ ନାମକ ଏକ ଘରୋଇ ବସ୍‌ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ଗୁରୁତର ହୋଇପଡ଼ିଥିଲେ।
ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ୍‌ ଓ ବାଇକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।