ଟ୍ରକ୍‌ ସହ ପିଟି ହେଲା ବସ୍‌: ଜଣେ ମୃତ, ୫ ଗୁରୁତର

ନବରଙ୍ଗପୁର,୧୫।୩(ବି.ପ୍ର.): ନବରଙ୍ଗପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବସ ହେଲ୍‌ପରର ମୃତ୍ୟୁ ହୋଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାରୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୩୫ ଜଣ ଥିବାର ସୂଚନା ମିଳିଛି। ବସ ଏକ ଟ୍ରକକୁ ଓଭର ଟେକ କରି ଆସୁଥିବାବେଳେ ଆଗକୁ ଏକ ଷଣ୍ଢ ପଶି ଆସିଥିଲା। ଫଳରେ ବସ୍‌ଟି ଶଣ୍ଢକୁ ପିଟିବା ପରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ବସକୁ ପିଟିଥିଲା।