ଶ୍ରୀନଗର,୩୦।୭: ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ବସ୍ରେ ଥିବା ସୈନିକଙ୍କ ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ମିଳିପାରିନାହାନ୍ତି।


