Categories: ଜାତୀୟ

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଦୁର୍ଘଟଣା, ୩ ମୃତ ୧୭ ଆହତ…

ଶ୍ରୀନଗର,୧୦।୧୧ : ଜମ୍ମୁ- କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସାମ୍ବା ଜିଲାର ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ୧୩ ବର୍ଷର ବାଳିକାଙ୍କର ମଧ୍ୟ ମୃତ୍ୟୁ ଘଟିଛgି। ଏଥିରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା।

ସାମ୍ବା ଜିଲା ହସ୍ପିଟାଲର ମେଡିକାଲ ଅଫିସର ଡାକ୍ତର ଭାରତ ଭୂଷଣ ସୂଚନା ଦେଇଛନ୍ତି ଯେ ଏହି ଦୁର୍ଘଟଣାରେ ୭ ଗୁରୁତର ଆହତଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି । କେତେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟ ଜନକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Share