ପୋଡ଼ିଗଲା ଅର୍ବାନ ପ୍ଲାଣ୍ଟ

ଲାଞ୍ଜିଗଡ଼,୨୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନ ମୂଷାନାଳ ନିକଟସ୍ଥ ପାତର ଡଙ୍ଗର ରେତ ନଦୀ କୂଳରେ ମୂଷା ନାଳ ବନ ବିଭାଗ ଦାରା ୨୦୧୯-୨୦ରେ ପ୍ରାୟ ୭ ଏକର ଜମିରେ ଏକ ଅର୍ବାନ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ୧୦ ହଜାର ଗଛ କାଜୁ, ନିମ୍ବ, ତେନ୍ତୁଳି, ଆମ୍ବ, ପଣସ, ଶିଶୁଆ ଆଦି ମୂଲ୍ୟବାନ ଗଛ ଲଗାଯାଇଥିବା ବେଳେ ବୁଧବାର ନିଆଁ ଲାଗି ପ୍ରାୟ ୭ ହଜାରରୁ ଊଦ୍ଧର୍‌ବ ଗଛ ପୋଡି ନଷ୍ଟ ହୋଇଯାଇଛି। ମୂଷାନାଳ ବନ ବିଭାଗ ଅଧୀନରେ ଥିବା ଏହି ଅର୍ବାନ ପ୍ଲାଣ୍ଟରେ ଉଭୁଜ ଲାଲ ହରିଜନ ଜଗୁଆଳି ଦାୟିତ୍ୱରେ ରହିଥିବା ବେଳେ ସେ ୩ ମାସ ହେଲା ଦରମା ନ ପାଇବା ଯୋଗୁ ଆଉ ଦେଖାରେଖା କରୁନାହାନ୍ତି। ବର୍ତ୍ତମାନ ଏହି ଅର୍ବାନ ପ୍ଲାଣ୍ଟ ତାର ବାଡ଼ା ଭିତରେ ତଥା ପ୍ଲାଣ୍ଟ ବାହାରେ ବହୁ ଅନାବନା ଗଛ ଲାଗି ରହିଥିବା ବେଳେ ବହୁଦିନ ଧରି ଏହାକୁ ସଫାସୁତୁରା କରାଯାଉନାହିଁ। ନିକଟସ୍ଥ ଜଙ୍ଗଲରୁ ନିଆଁ ଆସି ପ୍ଲାଣ୍ଟରେ ଲାଗି ଯାଇଥିଲା। ବନ ବିଭାଗ ଅନୁପସ୍ଥିତ ଓ ଅବହେଳା ଯୋଗୁ ପୂର୍ବରୁ ଫାୟାର ଲାଇନ କଟା ଯାଇ ନ ଥିଲା। ଫଳରେ ପ୍ଲାଣ୍ଟ ଚାରି ପାଶର୍‌ବରେ ଶୁଖିଲା ପତ୍ର ପଡି ରହିଥିବା ଯୋଗୁ ସହଜରେ ନିଆଁ ଲାଗି ହଜାର ହଜାର ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝି ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ମୂଷାନାଳ ଫରେଷ୍ଟର ଚିନ୍ତା ମାଝି ଓ ରେଞ୍ଜର ନରୋତ୍ତମ ମାଝି ରହିଥିବା ଜଗୁଆଳି ଉଭୁଜ ଲାଲଙ୍କୁ ଫଟୋ କାହିଁକି ଭାଇରାଲ କରିଲେ ବୋଲି ମାଡ଼ ମାରିଥିଲେ। ଏ ନେଇ ସେ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଦଫା ୩୪୧, ୨୯୪, ୩୨୩ ଏକ ମାମଲା (ନଂ. ୨୦/୨୩) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ରେଞ୍ଜର ନରୋତ୍ତମ ମାଝିଙ୍କୁ ପଚାରିବାରୁ ଏହା ମିଥ୍ୟାକଥା, ମୁଁ ତାଙ୍କୁ ଡାକି ପଚାରିବାରୁ ସେ ଏଭଳି ବାଡ଼େଇବା କଥା କହୁଛନ୍ତି ବୋଲି ସେ କହିଛନ୍ତି।