Posted inଖେଳ

ବର୍ନ୍ସ ବାଦ୍‌, ଓ୍ବାର୍ନର, ପୁକୋଭସ୍କି ସାମିଲ

ମେଲବୋର୍ନ, ୩୧।୧୨(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବର୍ନ୍ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କି ଦଳରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇ ଟେଷ୍ଟର ୪ ଇନିଂସରେ ବନର୍‌ସ ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଯଥାକ୍ରମେ ୮, ୫୧, ୦ ଓ ୪ ରନ କରିଥିଲେ। ଅଷ୍ଟ୍ରେଲିଆ ଆଡିଲେଡ୍‌ରେ ବିଜୟୀ ହୋଇଥିଲେ ହେଁ ଭାରତ ମେଲବୋର୍ନରେ ଜିତିବାପରେ ସିରିଜ ୧-୧ ସ୍ଥିତିରେ ରହିଛି। ଉରୁସନ୍ଧିରେ ଆଘାତ ଯୋଗୁ ଓ୍ବାର୍ନର ପୂର୍ବ ୨ ଟେଷ୍ଟରେ ଖେଳିପାରି ନ ଥିଲେ। ଏବେ ଫିଟ୍‌ ହୋଇଥିବାରୁ ସଂଘର୍ଷ କରୁଥିବା ବର୍ନ୍ସଙ୍କ ସ୍ଥାନରେ ତାଙ୍କୁ ସାମିଲ କରିବାରେ କୌଣସି ଅସୁବିଧା ହୋଇ ନ ଥିଲା। ବନର୍‌ସଙ୍କୁ ଦଳରୁ ରିଲିଜ୍‌ କରାଯାଇଛି। ଏବେ ସେ ଘରୋଇ କ୍ରିକେଟରେ ବ୍ରିସବେନ୍‌ ହିଟ୍‌ ପାଇଁ ଉପଲବ୍ଧ ହେବେ ବୋଲି ଜାତୀୟ ଚୟନକର୍ତ୍ତା ଟ୍ରେଭର ହନ୍ସ ପ୍ରକାଶ କରିଛନ୍ତି। ଓ୍ବାର୍ନର, ପୁକୋଭସ୍କି ଏବଂ ସିଅନ ଆବୋଟ ଗୁରୁବାର ଦଳରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଆହତ ସମସ୍ୟାରୁ ଆବୋଟ ସମ୍ପୂର୍ଣ୍ଣ ମୁକୁଳିଛନ୍ତି। ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ସିଡ୍‌ନୀରେ ଆରମ୍ଭ ହେବ। ଏହା ମଧ୍ୟରେ ଆହୁରି ୭ ଦିନ ସମୟ ଥିବାରୁ ଓ୍ବାର୍ନର ଓ ଆବୋଟ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରିବେ ବୋଲି ହନ୍ସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କନକସନରେ ପୀଡ଼ିତ ହୋଇଥିବା ପୁକୋଭସ୍କି ଏବେ ପ୍ଲେଇଂ ପ୍ରୋଟୋକଲର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ତାଙ୍କ ଦେହରେ କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ତେଣୁ ସେ ମଧ୍ୟ ଚୟନପାଇଁ ଉପଲବ୍ଧ ହେବା ଆଶା ରହିଛି ବୋଲି ହନ୍ସ କହିଛନ୍ତି।
ପରିବର୍ତ୍ତିତ ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ), ସିଅନ ଆବୋଟ, ପ୍ୟାଟ୍‌ କୁମିନ୍ସ, କାମେରନ ଗ୍ରୀନ୍‌, ମାର୍ନସ ଲାବୁସ୍କାନ, ମାର୍କୁସ ହାରିସ, ଜୋଶ୍‌ ହାଜେଲ୍‌ଉଡ୍‌, ଟ୍ରାଭିସ ହେଡ୍‌, ମୋଇସେସ ହେନରିକ୍ସ, ନାଥାନ ଲିୟନ, ମିଚେଲ ନେସେର, ଜେମ୍ସ ପ୍ୟାଟିନସନ, ଓ୍ବିଲ୍‌ ପୁକୋଭସ୍କି, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ, ମାଥ୍ୟୁ ଓ୍ବାଡେ, ଡେଭିଡ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri