ଜଳିଗଲା ୯୦୦ ହେକ୍ଟର ପାଇନ୍‌ ଜଙ୍ଗଲ

ପ୍ୟାରିସ୍‌,୨୮ା୭: କିଛି ସପ୍ତାହ ଧରି ୟୁରୋପୀୟ ଦେଶଗୁଡ଼ିକରେ ପ୍ରବଳ ଉତ୍ତାପ ଏବଂ ଜଙ୍ଗଲୀ ନିଆଁ ବ୍ୟାପିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆର୍ଡଚେ ଜଙ୍ଗଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଫ୍ରାନ୍ସର ୯୦୦ ହେକ୍ଟର ପାଇନ ଜଙ୍ଗଲକୁ ନଷ୍ଟ କରିଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୫୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟ ଅଗ୍ନିକାଣ୍ଡ ଆର୍ଡଚେ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇ ବର୍ତ୍ତମାନ ଭୋଗ୍‌ ସହର ଆଡ଼କୁ ଯାଉଛି। ଯେଉଁଠାରେ ଆର୍ଡଚେ ଅଗ୍ନିଶମ କର୍ମଚାରୀମାନେ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଅଗ୍ନିକାଣ୍ଡରେ କୌଣସି ବସ୍ତିବାସିନ୍ଦା ବିପଦରେ ନାହାନ୍ତି। ଲାଭିଲିଡିୟୁର ଶିଳ୍ପାଞ୍ଚଳ ସୁରକ୍ଷିତ ଅଛି।

ସ୍ଥାନୀୟ ଅଧିକାରୀ କହିଛନ୍ତି, ଅନେକ ରାସ୍ତା ବନ୍ଦ ରହିଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ରିପୋର୍ଟ ଅନୁଯାୟୀ, ଅନେକ ଅଞ୍ଚଳରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି। ଫିଲେଡେଲ୍‌ଫିଆରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଛି। ଅଞ୍ଚଳର ତାପମାତ୍ରା ବୃଦ୍ଧି ହେତୁ ଲୋକଙ୍କ ସମସ୍ୟା ବଢ଼ିଛି। ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଷ୍ଟେଶନଗୁଡ଼ିକୁ କୁଲିଂ ସେଣ୍ଟର ଏବଂ ଏୟାର କଣ୍ଡିଶନର ଖୋଲିବାକୁ କୁହାଯାଇଛି।

ଜନସେବା ବସ୍‌ରେ ଏୟାର କଣ୍ଡିଶନର ଚଳାଇବାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଲୋକଙ୍କୁ ଅଧିକ ପାଣି ପିଇବାକୁ, ଅଳ୍ପ ସମୟ ପାଇଁ ଘରୁ ଦୂରରେ ରହିବାକୁ, ହାଲୁକା ପୋଷାକ ପିନ୍ଧିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୃଦ୍ଧ ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଗୃହପାଳିତ ପଶୁମାନଙ୍କ ବିଷୟରେ ମଧ୍ୟ ବିଶେଷ ସତର୍କତା ପରାମର୍ଶ ଦିଆଯାଇଛି। ରବିବାର ନ୍ୟୁୟର୍କ ସିଟି ପ୍ରଶାସନ ଉତ୍ତାପରେ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଏ, ନ୍ୟୁୟର୍କ ସହରର ତାପମାତ୍ରା ରେକର୍ଡ ୩୬ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Share