ଏସ୍‌ଏଚ୍‌ଜି ଗ୍ରୁପ୍‌ର ସମସ୍ତ କାଗଜପତ୍ର ଚିରି ଜାଳିଦେଲେ ସଦସ୍ୟାଙ୍କ ଝିଅ, ଥାନାରେ ପହଞ୍ଚିଲା ମାମଲା

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଅଧିନସ୍ଥ ତାରଲାକୋଟା-ବି ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ତାରଲାକୋଟା-ବି ଗ୍ରାମରେ ଥିବା ୧୦ ଜଣ ମହିଳା ମିଳିତ ଭାବେ ମା’ ତାରାତାରିଣୀ ନାମକ ଏକ ମହିଳା ସୟଂସହାୟିକା ଗୋଷ୍ଠୀ ଗଠନ କରି ମାସିକ ୧୦୦ ଟଙ୍କା ପ୍ରତି ସଦସ୍ୟ ଆଦାୟ କରି ବାଲିମେଳାସ୍ଥିତ ବ୍ୟାଙ୍କରେ ଦୀର୍ଘଦିନ ଧରି ଜମା କରି ଆସୁଥିଲେ। କିନ୍ତୁ ଗତ ୧୯ ତାରିଖ ସନ୍ଧ୍ୟାରେ ଉକ୍ତ ଗୋଷ୍ଠୀର ସଦସ୍ୟା ସୁନ୍ଦୁରା ବାଙ୍ଗୁରୁଙ୍କ ଝିଅ ରାଧିକା ସେଠୀ ମା’ ତାରାତାରିଣୀ ମହିଳା ସୟଂସହାୟିକା ଗୋଷ୍ଠୀର ସଭାପତି ଅମ୍ବିକା ବୁରୁଜା ଓ ଅନ୍ୟ ସଦସ୍ୟମାନଙ୍କୁ ମା’ଙ୍କ ଦେହ ଅସୁସ୍ଥ ଥିବା ଜଣାଇବା ସହ ଚିକିତ୍ସା ନିମନ୍ତେ ଗୋଷ୍ଠୀର ଜମା ଟଙ୍କାରୁ ୧୦ ହଜାର ଟଙ୍କା ଧାର ଆକାରରେ ମାଗିଥିଲେ। ଏହା ପର ଦିନ ୨୦ ତାରିଖରେ ସମସ୍ତ ସଦସ୍ୟ ବ୍ୟାଙ୍କ ଯାଇ ୨୦ ହଜାର ଟଙ୍କା ଉଠାଇ ରାଧାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ବ୍ୟାଙ୍କକୁ ଯିବା ସମୟରେ ନେଇଥିବା ବ୍ୟାଙ୍କ ପାସ୍‌ ବୁକ,ଏଟିଏମ୍‌, ଚେକ୍‌ ବୁକ୍‌ ସମେତ ଗୋଷ୍ଠୀର ସମସ୍ତ ନଥିପତ୍ର ଏକ ବ୍ୟାଗରେ ରାଧାଙ୍କ ନିକଟରେ ରହିଯାଇଥିବା ବେଳେ ଗତ ୨୨ ତାରିଖ ସନ୍ଧ୍ୟାରେ ମହିଳା ସୟଂସହାୟିକା ଗୋଷ୍ଠୀର ସଭାପତି ଅମ୍ବିକା ଯାଇ ନଥିପତ୍ର ଥିବା ବ୍ୟାଗଟିକୁ ମାଗିବାରୁ ସମସ୍ତ ସଦସ୍ୟା ନ ଆସିଲେ ବ୍ୟାଗ ଦେବିନାହିଁ କହିଥିଲେ। ପରେ ସଭାପତି ସମସ୍ତ ସଦସ୍ୟଙ୍କୁ ଏକତ୍ର କରି ପୁନଃ ରାଧାଙ୍କ ଘରକୁ ଯିବାରୁ, ଘରଦାଣ୍ଡରେ ବସାଇ ଘର ଭିତରୁ ସବୁ କଗଜପତ୍ର ଚିରି ନିଆଁରେ ପୋଡ଼ିଦେଇ ଅଧ ପୋଡ଼ା କାଗଜପତ୍ର ଆଣିବା ସହ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଏନେଇ ଗତ ୨୩ ତାରିଖ ସନ୍ଧ୍ୟାରେ ଓର୍କେଲ ଥାନାରେ ସଭାପତି ଅମ୍ବିକା ବୁରୁଦା ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଓର୍କେଲ ପୋଲିସ ପକ୍ଷରୁ ୧୨୩/୨୩ରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଗୋଷ୍ଠୀ ମହିଳା ଆଭିଯୋଗ କରିଛନ୍ତି। ଏନେଇ ଓର୍କେଲ ଥାନାଧିକାରୀ ଜୋନ୍‌ କୁଜୁରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri