ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋତାଗଲା

ଠାକୁରମୁଣ୍ଡା,୨୨ା୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା କରଞ୍ଜିଆ ଏନ୍‌ଏସି ୱାର୍ଡ ନଂ. ୮ ସ୍ଥିତ ପାକୁଟସାହି ନିକଟରେ ଥିବା ପ୍ରଦୀପ ସାହା ନାମକ ଏକ ବାଣ ଦୋକାନୀଙ୍କ ଗୋଦାମରେ ଗତ ୧୬ ତାରିଖରେ କରଞ୍ଜିଆ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉରେ ୧୬ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ ହୋଇଥିଲା। ଶୁକ୍ରବାର ଜବତ ବାଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତି ଦିଆଯାଇଥିବା ଜଣାପଡ଼ିଛି।
ଜବତ ବାଣରେ ଜିଏସ୍‌ଟି ଠକେଇ ଅଭିଯୋଗ ପରେ ଜିଏସଟି ବିଭାଗର ଡେପୁଟି କମିଶନର କୂଳମଣି ମଲ୍ଲିକଙ୍କ ନେତୃତ୍ୱରେ ଟିମ୍‌ ଛାନଭିନ୍ନ କରି ବେଆଇନ ବାଣ ଦୋକାନୀଙ୍କୁ ୭ ଲକ୍ଷ ୬୯ ହଜାର ୪୪୯ ଟଙ୍କାର ଅର୍ଥଦଣ୍ଡ କରିଥିଲେ। ଜବତ ବାଣ ଗୁଡ଼ିକୁ ପୋଲିସ ମାଜିଷ୍ଟ୍ରେଟ୍‌ ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ, ଅଗ୍ନିଶମ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗଙ୍ଗୋଇଙ୍କ ଉପସ୍ଥିତିରେ ବାଣରେ ପାଣି ପକାଇ ନଷ୍ଟ କରିଥିଲେ। ପରେ ଜେସିବି ସହାୟତାରେ ଗାତ ଖୋଳି ପୋତି ଦେଇଥିଲେ।