ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ ଆରମ୍ଭ କରି ଭିନେଗାର, ଘିଅ, ତେଲ, ମସଲାଗୁଣ୍ଡ ଆଦି ବହୁ ଭେଜାଲ ସାମଗ୍ରୀ ପୂରପଲ୍ଲୀରେ ବ୍ୟାପକ ଭାବେ ବିକ୍ରି କରାଯାଉଛି। ଲୋକେ ସାମାନ୍ୟ ଶସ୍ତା ପାଇଁ ଏଭଳି ସାମଗ୍ରୀ ଆପଣାଉଛନ୍ତି। ପୋଲିସ, ଫୁଡ୍‌ ଇନ୍ସପେକ୍ଟରମାନେ ଜାଣିଶୁଣି ନୀରବ ରହୁଥିବାରୁ ଏହି କାରବାର ରାଜ୍ୟରେ କାୟା ମେଲିଛି। କିନ୍ତୁ ସଚେତନ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟି ରଖି ଏବେ ଗତ କିଛିମାସ ହେଲା ଜୋରଦାର ଧରପଗଡ଼ ହେଉଛି।

ଏହି କ୍ରମରେ ଗତ ନଭେମ୍ବର ୩୦ରେ ଜଗତ୍‌ପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ କମ୍ପାନୀରୁ ଜବତ ବିପୁଳ ଅପମିଶ୍ରିତ ସାମଗ୍ରୀକୁ ପୋଲିସ ରବିବାର ନଷ୍ଟ କରିଛି। ନଷ୍ଟ ସାମଗ୍ରୀର ମୂଲ୍ୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହି ସାମଗ୍ରୀ ଖାଦ୍ୟ ଉପଯୋଗୀ ହୋଇ ନ ଥିବା ଜଣାପଡିଥିଲା ବୋଲି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଥାନାଧିକାରୀ ରବୀନ୍ଦ୍ର ନାଥ ମେହେର କହିଛନ୍ତି, ନମୁନା ରିପୋର୍ଟ ମିଳିବା ପରେ ଏହି ସାମଗ୍ରୀ ମଣିଷର ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡିଥିଲା। ଏହାକୁ ଖାଇଲେ ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। କମ୍ପାନୀରୁ ଜବତ ହୋଇଥିବା ୧୧,୦୦୦ରୁ ଊର୍ଦ୍ଧ୍ୱ ବୋତଲର ସସ୍‌, ଆଚାର, ଭିନେଗାର ଏବଂ ୨୫୦୦ରୁ ଊର୍ଦ୍ଧ୍ୱ ଘିଅ ଡବାକୁ ଏକ ପଡିଆରେ ରଖାଯାଇ ଜେସିବି ସହାୟତାରେ ନଷ୍ଟ କରାଯାଇଥିଲା। ପରେ ତାହାକୁ ଶିଳ୍ପାଞ୍ଚଳ ପରିସରରେ ଗାତ ଖୋଳି ସିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ପୋତାଯାଇଥିଲା।

ସୂଚନାଯୋଗ୍ୟ, ଜଗତ୍‌ପୁର ଥାନା ଅଞ୍ଚଳରେ ଏହି କମ୍ପାନୀରେ ଅପମିଶ୍ରିତ ଆଚାର, ଘିଅ, ସସ୍‌ ତିଆରି କରାଯାଇ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ପଠାଯାଉଥିଲା। ଖବରପାଇ ୨୦୨୦ ନଭେମ୍ବର ୩୦ ତାରିଖରେ ପୋଲିସ ଉକ୍ତ କମ୍ପାନୀରେ ଚଢାଉ କରି ଅପମିଶ୍ରିତ ଆଚାର, ଘିଅ, ସସ୍‌କୁ ଜବତ କରିଥିଲା। ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଏହି ଘଟଣାରେ ପୋଲିସ କମ୍ପାନୀ ମାଲିକ ସୁବାସ ମଲ୍ଲିକ, ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri