ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି। ୨୦୨୩ ମସିହାରେ ଅଭିଯୋଗ ଏବଂ ଲଗାତର ସୋସିଆଲ ମିଡିଆ ପୋଷ୍ଟରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ପୂର୍ଣ୍ଣ ଆପରାଧିକ ମାମଲା ରୂପ ନେଇଛି। ଏକ ସାର୍ବଜନୀନ ଅମଲାତାନ୍ତ୍ରିକ ବିବାଦ ଭାବରେ ଏହା ଆରମ୍ଭ ହୋଇଥିଲା। ପରେ ଏହି ବିବାଦରେ ସତ୍ୟପାଠ, ବିପରୀତ ସତ୍ୟପାଠ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ପରୋକ୍ଷ ପଥ ଆପଣାଇଥିଲେ, ମଧ୍ୟସ୍ଥତା ପରାମର୍ଶ ଯାଏ ମଧ୍ୟ କଥା ଯାଇଥିଲା। ସତ କହିବାକୁ ଗଲେ ସରକାରୀ କର୍ମଚାରୀମାନେ ବିଚକ୍ଷଣତା, ସଂଯମତା ଏବଂ ଏକ ସମ୍ପୂର୍ଣ୍ଣ ଶାନ୍ତ ସ୍ଥିତି ଥିବା କାର୍ଯ୍ୟାଳୟରେ କାମ କରିବା ଆବଶ୍ୟକ। ହେଲେ କର୍ନାଟକରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ପ୍ରଶାସନିକ ମତଭେଦ ଓ ତୀବ୍ର ବିବାଦ ସାମ୍ନାକୁ ଆସିଛି। ରୂପା ତାଙ୍କ ଖ୍ୟାତିରେ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି। ସିନ୍ଧୁରୀ ମାମଲାକୁ ରଦ୍ଦ କରିବାକୁ ଚାହୁଁଛନ୍ତି। ହାଇକୋର୍ଟର ବାର୍ତ୍ତା ହେଉଛି, ଟ୍ରାଏଲ କୋର୍ଟ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କର। ଆହୁରି ମଧ୍ୟ କହିଛନ୍ତି ଯେ, କମ୍‌ ସମୟରେ ସମାଧାନ ପାଇଁ ଏହାଠାରୁ ଆଉ ଛୋଟ ରାସ୍ତା ନାହିଁ। ଏଠାରେ ଏକ ବଡ଼ ଅସୁବିଧା ଅଛି। ଯେତେବେଳେ ଉଚ୍ଚପଦସ୍ଥ ଅଧିକାରୀମାନେ ସାଧାରଣରେ ପରସ୍ପର ବିରୋଧୀ ହୋଇଯାଆନ୍ତି, ସେତେବେଳେ କ୍ଷତି କେବଳ ବ୍ୟକ୍ତିଗତ ଖ୍ୟାତିରେ ସୀମିତ ରହେ ନାହିଁ। ଏହା ସାଙ୍ଗଠନିକ ବିଶ୍ୱସନୀୟତାକୁ ମଧ୍ୟ ନଷ୍ଟ କରିଦିଏ। ନିରପେକ୍ଷତା ଏବଂ ବୃତ୍ତିଗତତାର ଧାରଣା ଉପରେ ଅମଲାତନ୍ତ୍ର ଆଗକୁ ବଢ଼େ। କିନ୍ତୁ ଦୁଇଜଣଙ୍କ ବିବାଦ ସାଧାରଣରେ ସେହି ସ୍ବତନ୍ତ୍ରତାକୁ ଶୀଘ୍ର ନଷ୍ଟ କରିଦେଇଛି। ତେବେ ଏହି ଅଧ୍ୟାୟ ଏକ ଶିକ୍ଷା ଦିଏ ଯେ, କ୍ଷଣିକ ଆକ୍ରୋଶ ଏବଂ ସ୍ଥାୟୀ ଡିଜିଟାଲ ରେକର୍ଡର ଯୁଗରେ ଭାରତର ଅମଲାତନ୍ତ୍ର ମଧ୍ୟ ସାଧାରଣ ଦୃଷ୍ଟିକୋଣରେ କଳଙ୍କିତ ହୋଇପାରେ।
ଖାରୋଲା ଫେରିଲେ
ଯେତେବେଳେ ଆକାଶ ଅଶାନ୍ତ ହୁଏ, ସେତେବେଳେ ନୂତନ ପାଇଲଟଙ୍କୁ ନେଇ ପରୀକ୍ଷଣ କରାଯାଏ ନାହିଁ। ତୁମେ ଏପରି ଜଣଙ୍କୁ ଫେରାଇଆଣିବା ଦରକାର, ଯିଏ ପୂର୍ବରୁ ସେହି ରୁଟ୍‌ରେ ବିମାନ ଉଡ଼ାଇଥିବେ। ଏୟାର ଇଣ୍ଡିଆ ଏବେ ପୂର୍ବତନ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖାରୋଲାଙ୍କୁ ବରିଷ୍ଠ ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇ ଏହା କରୁଥିବା ପରି ମନେହୁଏ। ତେବେ ନେତୃତ୍ୱ ଅଦଳବଦଳ ମଧ୍ୟରେ ଏବଂ ଏଆଇ -୧୭୧ ଦୁର୍ଘଟଣା ଉପରେ ତଦନ୍ତ ବ୍ୟୁରୋର ବହୁ ପ୍ରତୀକ୍ଷିତ ଚୂଡ଼ାନ୍ତ ରିପୋର୍ଟ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। ଖାରୋଲା କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଏୟାର ଇଣ୍ଡିଆର ସିଏମ୍‌ଡି ଥିଲେ ଏବଂ ପରେ ବେସାମରିକ ବିମାନ ଚଳାଚଳ ସଚିବ ଭାବରେ ଏହାର ବିନିବେଶ(ଟାଟା ଗ୍ରୁପକୁ) ପ୍ରକ୍ରିୟାକୁ ତଦାରଖ କରିଥିଲେ। ଖାରୋଲାଙ୍କ ଭଳି ବହୁତ କମ୍‌ ଲୋକ ଏୟାରଲାଇନ୍ସର ଅମଲାତାନ୍ତ୍ରିକ ରହସ୍ୟ ଏବଂ ଏହାର ନିୟାମକ ବିନ୍ଦୁଗୁଡ଼ିକୁ ଭଲ ଭାବରେ ବୁଝିଥାନ୍ତି। ଜଣାପଡ଼େ ଯେ, ସେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ସହିତ ଏକ ସେତୁ ଭାବରେ କାର୍ଯ୍ୟ କରିବେ । ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍‌ଙ୍କ ମତରେ, ତଦାରଖକୁ କଡ଼ାକଡ଼ି କରନ୍ତୁ ଏବଂ ବିମାନ ଉଡ଼ାଣ ଉଚ୍ଚତାରେ କୌଣସି ମିଶ୍ରିତ ସଙ୍କେତ ବା ବାଧା ନାହିଁ ବୋଲି ନିଶ୍ଚିତ କରନ୍ତୁ। ଟାଟା ଅଧୀନରେ ଏୟାର ଇଣ୍ଡିଆର ନବକଳେବର ସାହସିକ, ବ୍ୟୟବହୁଳ ପଦକ୍ଷେପ ବୋଲି ସ୍ପଷ୍ଟ ହୁଏ। ପୁନଃ ବ୍ରାଣ୍ଡିଂ ପ୍ରକିୟାରେ ସୁରକ୍ଷା ଦିଗଗୁଡ଼ିକୁ ଅଣଦେଖା କରିବା କଥା ନୁହେଁ। ଖାରୋଲାଙ୍କୁ ପୁନର୍ବାର ଫେରାଇଆଣିବା ଏକ ସ୍ପଷ୍ଟ ବାର୍ତ୍ତା ଦିଏ ଯେ ତୀବ୍ର ଯାଞ୍ଚ ପ୍ରକ୍ରିୟାରେ ପରୀକ୍ଷଣଠାରୁ ଅଭିଜ୍ଞତା ଭଲ କାମ ଦିଏ॥
ଆନ୍ତଃସେବା ପ୍ରତିଦ୍ୱନ୍ଦ୍ୱିତା
ନୀତି ନୁହେଁ, ବଜେଟ ନୁହେଁ, ଜାତୀୟ ସ୍ବାର୍ଥ ନୁହେଁ, ତିନୋଟି ଅକ୍ଷର ଆଇଏଫ୍‌ଏସ୍‌କୁ ନେଇ ଭାରତରେ ହିଁ ଦୁଇଟି ସବୁଠାରୁ ଉଚ୍ଚସ୍ତରୀୟ ସେବା ମଧ୍ୟରେ ବିବାଦ ଦେଖାଯାଇପାରେ। ୨୦୧୬ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ କହିଥିଲେ, ”ଆମେ ୧୯୪୬ରେ ସୃଷ୍ଟି ହୋଇଥିଲୁ। ତୁମେ ୧୯୬୬ରେ ଆସିଥିଲ। ଏଣୁ ବରିଷ୍ଠତା ପ୍ରଯୁଜ୍ୟ। ଦୟାକରି ଆଇଏଫ୍‌ଓଏସ୍‌କୁ ପରିବର୍ତ୍ତନ ହୁଅ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜବାବ ଦେବା ସହ ପ୍ରଶ୍ନ କରିଥିଲା ଯେ, ଏକ ସେବା କିପରି ‘ଭାରତୀୟ’ଏବଂ ‘ବିଦେଶୀ’ ଉଭୟ ହୋଇପାରେ? ଏହା ଦ୍ୱନ୍ଦ୍ୱ ନୁହେଁ କି? ହୁଏତ, ସେମାନେ କୂଟନୀତିଜ୍ଞଙ୍କୁ କିମ୍ବା ଭାରତୀୟ ବୈଦେଶିକ ବ୍ୟାପାର ସେବାକୁ ପୁନଃ ବ୍ରାଣ୍ଡ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ଏବଂ ସମସ୍ୟା ସମାଧାନ ହୋଇଥିଲା। ହେଲେ ତା’ପରେ ଆସିଲା ଐତିହ୍ୟ କାର୍ଡ। ଭାରତରେ ଜଙ୍ଗଲ ପ୍ରଶାସନ ବ୍ରିଟିଶମାନଙ୍କ ଅଧୀନରେ ୧୯ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ତେଣୁ ଯଦି ଏହା ସବୁଠାରୁ ପୁରୁଣା ବୋଲି ଦାବି କରେ ତେବେ ଆମେ କ’ଣ ପଛକୁ ଫେରିଯିବା? ଏହି ଅଧ୍ୟାୟକୁ ଗମ୍ଭୀରତାର ସହ ଅନୁସରଣ କରାଯାଇଥିଲା। ଚିଠି ଲେଖାଯାଇଥିଲା। ଫାଇଲ ସ୍ଥାନାନ୍ତର କରାଯାଇଥିଲା। ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ନାଗରିକମାନେ ହୁଏତ ଧରିନେଇଥିବେ ଯେ ଆଇଏଫ୍‌ଏସ୍‌ ଅଧିକାରୀମାନେ ବିଦେଶରେ ଭାରତର ସ୍ବାର୍ଥକୁ ସୁରକ୍ଷା ଦେଉଛନ୍ତି କିମ୍ବା ଦେଶରେ ଏହାର ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ଏହା ବଦଳରେ ସେମାନେ ବ୍ରାଣ୍ଡ୍‌ ପରିଚୟକୁ ସୁରକ୍ଷା ଦେଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଯଦି ଏହାକୁ ଆନ୍ତଃ-ସେବା ପ୍ରତିଦ୍ୱନ୍ଦ୍ୱିତା ଭାବରେ ଗଣନା କରାଯାଏ, ତେବେ ହୁଏତ ସମଗ୍ର ଘଟଣାରେ ବନସେବା ଅଧିକାରୀମାନେ ଶାନ୍ତ ଅଂଶଗ୍ରହଣକାରୀ ଥିଲେ।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri