ଦେବାଳିଆ ପାକିସ୍ତାନ ପାଇଁ ଅମଲାତନ୍ତ୍ର-ସେନା-ନେତା ଦାୟୀ…

ଇସଲାମାବାଦ,୧୯।୨ :ପୂର୍ବରୁ ଆଥର୍ର୍ିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଦେବାଳିଆ ହୋଇଯାଇଥିବା ସ୍ବୀକାର କରିଛି। ଏହାକୁ ନିଶ୍ଚିତ କରି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ଯେ ଦେଶ ଦେବାଳିଆ ହୋଇସାରିଛି। ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ପାଇଁ ସେ ସେନା, ଅମଲାତନ୍ତ୍ର ଏବଂ ରାଜନୈତିକ ନେତାମାନଙ୍କୁ ସେ ଦାୟୀ କରିଛନ୍ତି।

ନିଜ ସହର ସିଆଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ନିଜକୁ ସ୍ଥିର କରିବା ପାଇଁ ପାକିସ୍ତାନ ନିଜ ପାଦରେ ଠିଆ ହେବା ଆବଶ୍ୟକ। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ କହିଛି ଯେ ଆପଣ ନିଶ୍ଚୟ ଶୁଣିଥିବେ ଯେ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି। ଏହା ପୂର୍ବରୁ ଏଭଳି ହୋଇସାରିଛି। ଆମେ ଏକ ଦେବାଳିଆ ଦେଶରେ ବାସ କରୁଛୁ।

ସେ କହିଛନ୍ତି ଯେ ଆମର ସମସ୍ୟାର ସମାଧାନ ଦେଶ ଭିତରେ ଅଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାଖରେ ପାକିସ୍ତାନର ସମସ୍ୟାର ସମାଧାନ ନାହିଁ। ସେ କହିଛନ୍ତି ଯେ ପାକିସ୍ତାନରେ ଆଇନ ଏବଂ ସମ୍ବିଧାନ ପାଳନ କରାଯାଉ ନ ଥିବାରୁ ବର୍ତ୍ତମାନର ଆର୍ଥିକ ଅସୁବିଧା ପାଇଁ ସେନା, ଅମଲାତନ୍ତ୍ର ଏବଂ ରାଜନୈତିକ ନେତାଙ୍କ ସମେତ ସମସ୍ତେ ଦାୟୀ।

ପୂର୍ବ ସରକାର ଉପରେ ଆକ୍ରମଣ କରି ଆସିଫ କହିଛନ୍ତି ଯେ ଅଢ଼େଇ ବର୍ଷ ପୂର୍ବେ ଆତଙ୍କବାଦୀଙ୍କୁ ପାକିସ୍ତାନକୁ ଅଣାଯାଇଥିଲା। ଯାହା ଫଳରେ ବର୍ତ୍ତମାନର ଆତଙ୍କବାଦୀ ଆତଙ୍କ ସୃଷ୍ଟି କରିଛନ୍ତି। କରାଚିରେ ପୋଲିସ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିମାନେ ଆକ୍ରମଣକାରୀଙ୍କ ସହ ସାହସର ସହ ଲଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri