Posted inଖେଳ

ଇତିହାସ ରଚିଲେ ବୁମ୍‌ରା: ପ୍ରଥମ ଭାରତୀୟ ଭାବେ…

ବିଶାଖାପାଟନମ୍‌,୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚକୁ ୧୦୬ ରନ୍‌ରେ ଜିତିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ଇଂରାଜୀ ବ୍ୟାଟ୍ସମ୍ୟାନ୍ମାନେ ତାଙ୍କ ବଲ ବୁଝପାରି ନ ଥିଲେ, ଦ୍ୱିତୀୟ ଇନିଂସରେ ସେ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ବିଜୟର ପ୍ରକୃତ ହିରୋ ଥିଲେ। ବିଶାଖାପାଟନମ ଟେଷ୍ଟର ପ୍ରଥମ ଇନିଂସରେ ବୁମ୍‌ରା ୬ଟି ଓ ଦ୍ୱିତୀୟ ଇନିଂସରେ ୩ଟି ଉଇକେଟ ନେଇଥିଲେ। ସେ ମ୍ୟାଚର ଖେଳାଳି ଭାବରେ ମନୋନୀତ ହୋଇଥିଲେ। ଏହା ସହିତ ଏହି ତାରକା ଭାରତୀୟ ଦ୍ରୁତ ବୋଲର ମଧ୍ୟ ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛନ୍ତି।
୨୦୧୯ରେ ଆରମ୍ଭ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସେ ୧୦୦ରୁ ଅଧିକ ଉଇକେଟ ନେଇଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ତଥା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ଆଗରେ କେବଳ ଅଶ୍ୱିନ ଅଛନ୍ତି, ଯିଏ ଏହି ପ୍ରତିଯୋଗିତାରେ ତାଙ୍କ ନାମରେ ୧୫୭ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଷଷ୍ଠ ଉଇକେଟ ନେଇ ବୁମରା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୨୪ଟି ମ୍ୟାଚରେ ତାଙ୍କ ନାମରେ ମୋଟ ୧୦୬ ଉଇକେଟ ରହିଛି। ଏହି ପ୍ରତିଯୋଗିତାରେ ସେ ୧୦୦+ ଉଇକେଟ ନେଇ ମୋଟ ନବମ ବୋଲର ଅଟନ୍ତି। ଏଥି ସହିତ ସେ ଦ୍ରୁତ ବୋଲରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଷ୍ଟୁଆର୍ଟ ବ୍ରଡ, କାଗିସୋ ରାବାଡା, ଟିମ ସାଉଥୀ ଏବଂ ଜେମ୍ସ ଆଣ୍ଡରସନ ଏହି ସ୍ଥାନ ହାସଲ କରିଛନ୍ତି। ଏହା ବ୍ୟତୀତ ଦୁଇଜଣ ସ୍ପିନର ନାଥନ ଲିଅନ ଏବଂ ଅଶ୍ୱିନ ଅଛନ୍ତି। ଡବ୍ଲୁଟିଏସିରେ ସର୍ବାଧିକ ଉଇକେଟ ନେଇଥିବା ତାଲିକାରେ ଲିଅନ ଶୀର୍ଷରେ ରହିଛି। ତାଙ୍କ ନାମରେ ୧୭୪ ଉଇକେଟ ଅଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଜନି ବେୟାରଷ୍ଟୋ ବୁମରାଙ୍କ ୧୦୦ତମ ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ବୁମ୍‌ରା ଟେଷ୍ଟରେ ୧୫୦ ଉଇକେଟ ମଧ୍ୟ ନେଇଛନ୍ତି ଏବଂ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ସେ ଭାରତୀୟ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବନିମ୍ନ ସମୟ ନେଇଛନ୍ତି। ୩୪ଟି ଟେଷ୍ଟରେ ବୁମରା ମୋଟ ୧୫୫ ଉଇକେଟ ନେଇଛନ୍ତି ଏବଂ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୨୬ ରନ ପାଇଁ ୬ଟି ଉଇକେଟ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri