Categories: ଖେଳ

ଟେଷ୍ଟରେ ଇତିହାସ ରଚିଲେ ବୁମ୍ରା, କପିଲ ଦେବ-ଅଶ୍ୱିନଙ୍କ ରେକର୍ଡ ଭାଙ୍ଗିଲେ…

ବିଶାଖାପଟ୍ଟନମ,୩।୨ : ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶାଖାପଟ୍ଟନମ ଟେଷ୍ଟରେ ବ୍ରିଟିଶ ବ୍ୟାଟ୍ସମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରର ଦଶମ ଥର ପାଇଁ ପାଞ୍ଚ ୱିକେଟ ନେଇଛନ୍ତି। ସେ ଚତୁର୍ଥ ୱିକେଟ ନେବା ମାତ୍ରେ ୧୫୦ ତମ ଟେଷ୍ଟ ୱିକେଟ ମଧ୍ୟ ପୂରଣ କରିଥିଲେ। ସେ ଭାରତ ପାଇଁ ୧୫୦ ଟେଷ୍ଟ ୱିକେଟ ନେଇ ୧୭ ତମ ବୋଲର ହୋଇଛନ୍ତି। କେବଳ ଏତିକି ନୁହେଁ, ପଞ୍ଚମ ୱିକେଟ ନେଇ ସେ ରବି ଶାସ୍ତ୍ରୀଙ୍କ ୧୫୧ ଟେଷ୍ଟ ୱିକେଟ ସହ ସମାନ ହୋଇଛନ୍ତି। ଏହା ସହିତ ବୁମ୍ରା ମଧ୍ୟ ଭାରତ ପାଇଁ ସବୁଠାରୁ କମ ବଲରେ ୧୫୦ ଟେଷ୍ଟ ୱିକେଟ ନେବାକୁ ଭାରତୀୟ ବୋଲର ହୋଇଛନ୍ତି। ଏଥି ସହିତ ସେ କପିଲ ଦେବଙ୍କ ୪୧ ବର୍ଷ ପୁରୁଣା ରେକର୍ଡ ସହ ମଧ୍ୟ ସମକ୍ଷକ ହୋଇଛନ୍ତି।

୧୯୮୩ରେ ଅହମଦାବାଦ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କପିଲ ଦେବ ୮୩ରନରେ ୯ ୱିକେଟ ନେଇଥିଲେ। ବର୍ତ୍ତମାନ ବୁମ୍ରା ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଭାରତୀୟ ପେସର୍‌ ହୋଇପାରିଛନ୍ତି। ସେ କପିଲ ଦେବଙ୍କ ୪୧ ବର୍ଷ ପୁରୁଣା ରେକର୍ଡ ସହିତ ସମାନ ହୋଇଛନ୍ତି।

ଏହି ଇନିଂସରେ ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ, ଓଲି ପୋପ, ଜନି ବେୟାରଷ୍ଟୋ ଏବଂ ବେନ ଷ୍ଟୋକ୍ସଙ୍କୁ ପାଭିଲିୟନ ଫେରାଇ ଦେଇଛନ୍ତି। ସେ ଇନିଂସରେ ୧୫.୫ ଓଭର ବୋଲିଂ କରି ୪୫ ରନରେ ୬ ୱିକେଟ ନେଇଥିଲେ। ଇଂଲଣ୍ଡ ଦଳ ୨୫୩ ରନରେ ଅଲ ଆଉଟ ହୋଇଥିଲା। ଏହା ସହ ପ୍ରଥମ ଇନିଂସରେ ୩୯୬ରନ ସ୍କୋର କରିଥିବା ଟିମ ଇଣ୍ଡିଆ ୧୪୩ ରନ ଅଗ୍ରଣୀ ହାସଲ କରିଛି।

 

Share