ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ ଏହି ଗୋଠଛଡା ଦନ୍ତା ସ୍ଥାନୀୟ ଚିତ୍ରକୂଟ ପାହାଡ଼ ଦେଇ ନିରାକାରପୁର ଅଞ୍ଚଳରେ ପହଞ୍ଚିଥିଲା। ପରେ ଡିଆ ପଞ୍ଚାୟତର କୋଳସାହି ଗାଁ ଅତିକ୍ରମକରି କପିଳେଶ୍ୱର ପଡିଆରେ ରହିଥିଲା। ଭୋରୁ ଷ୍ଟେସନ ରାସ୍ତା ଦେଇ ରେଳଲାଇନ ଅତିକ୍ରମ କରି ରାମେଶ୍ୱର କାଜୁ ଜଙ୍ଗଲରେ ରହିଥିଲା। ହେଲେ ଯିବା ସମୟରେ ଅନେକଙ୍କ ପାଚେରୀ ଓ ଗଛ ପତ୍ର ଭାଙ୍ଗି ରୁଜି ଯାଇଥିଲା।

ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଦନ୍ତା ନିରାକାରପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଯାହାଦ୍ୱାରା ରାତି ୧୦ଟା ଠାରୁ ନିରାକାରପୁରରୁ ଗଡ଼ଖାରଦ ଦେଇ ଭୂଷଣ୍ଡପୁର ଯାଉଥିବା ରାସ୍ତା, ନିରାକାରପୁର ଠାରୁ କାଶୀପୁର ଦେଇ ନୂଆଗଡ ଯାଉଥିବା ମୋରମୋର ସିଂହ ରାସ୍ତା, କାଶୀପୁର ଠାରୁ କୋଲସାହିକୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରକାର ଶୂନଶାନ ହୋଇ ପଡିଛି। ବିପଦ ଆଶଙ୍କା କରି ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ଫଳରେ ଲୋକେ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଶୁକ୍ରବାର ଭୋରୁ ଷ୍ଟେସନ ରାସ୍ତା ଦେଇ ହାତୀଟି ଦିନ ତମାମ ଚିତ୍ରକୂଟ ପାହାଡ଼ ଓ ରାମେଶ୍ୱର କାଜୁ ଜଙ୍ଗଲରେ ଘୁରି ବୁଲିଥିଲା। ସନ୍ଧ୍ୟା ୬ଟା ବେଳକୁ ରାମେଶ୍ୱର ଖେଳ ପଡିଆଠାରେ ନୂଆ ଜଗନ୍ନାଥ ସଡ଼କ ଅତିକ୍ରମକରି ମେଡିକାଲ ରାସ୍ତା ଦେଇ ବ୍ୟାରେଜ ଆଡକୁ ମୁହାଁଇଥିଲା।ଫଳରେ ଦୀର୍ଘ ସମୟଧରି ନୂଆଜଗନ୍ନାଥ ସଡ଼କର ଉଭୟପାର୍ଶ୍ଵ ରାସ୍ତାରେ ଦୀର୍ଘ ସମୟ ଧରି ଗମନା ଗମନ ବାଧାପ୍ରାପ୍ତ ହୋଇଥିଲା। ଅନେକ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତାରେ ଗାଡି ମୋଟର ସବୁ ଅଟକ ରହିଥିଲା। ଏବେ ହାତୀଟି ବ୍ୟାରେଜ ପଟକୁ ମୁହାଁଇ ଥିବାରୁ ରାମେଶ୍ୱର ଗଡ଼ ଠାରେ ବସବାସ କରୁଥିବା ଅଧିବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି।

ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଏହାକୁ ଘଉଡ଼ାଇବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ବିଶେଷକରି ଲଗାଣ ବର୍ଷା ଯୋଗୁଁ ଧାନ କ୍ଷେତରେ ବର୍ଷା ପାଣି ଜମି ରହିଥିବାରୁ ହାତୀଟି କ୍ଷେତରେ ନପଶି ଏଣେତେଣେ ଘୁରି ବୁଲୁଥିବା କିଛି ବନ କର୍ମଚାରି କହିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ହାତୀଟି ରାମେଶ୍ୱର ଗଡ଼ସ୍ଥିତ ବ୍ୟାରେଜ ପାଖରେ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟକି, ଅଦ୍ୟାବଧି ଟାଙ୍ଗୀ ରେଞ୍ଜ ଅଧିନସ୍ଥ ନାରଗଦାରେ ୧୭ଟି, ମଳିପଡ଼ାରେ ୧ଟି,ଓଳସିଂହରେ ୧ଟି ଓ ରାମେଶ୍ୱରରେ ୧ଟି ମୋଟ ୪0ଟି ହାତୀ ରହିଥିବା ଜଣା ପଡିଛି। ଏମାନଙ୍କୁ ଘଉଡ଼ାଇବା ସହ ବ୍ୟାପକ ସଚେତନ କରାଯାଉଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri