ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି, ଯେଉଁଠି ବୁଲେଟ ପୂଜା ପାଉଛନ୍ତି। ମନ୍ଦିରର ନାଁ ରହିଛି ବୁଲେଟ ବାବା ମନ୍ଦିର। ଏଠାରେ ବୁଲେଟ ବାବା ପୂଜା ପାଉଛନ୍ତି। ବୁଲେଟ ବାବା ମନ୍ଦିର ସହ ମନ୍ଦିରଟି ଓମ ବନ୍ନା ତୀର୍ଥ ନାମରେ ମଧ୍ୟ ପରିଚିତ। ରାଜସ୍ଥାନର ଯୋଧପୁର ଠାରୁ ୫୦କିମି ଦୂରରେ ଏହି ମନ୍ଦିର ରହିଛି। ଯୋଧପୁର-ପାଲି ହାଇଓ୍ବେ ନିକଟରେ ଥିବା ଚୋଟିଲା ନାମକ ଏକ ଗାଁରେ ଏହି ବୁଲେଟ ବାବା ଓମ ବନ୍ନା ବିରାଜିତ ହୋଇଛନ୍ତି।

ପ୍ରାୟ ୩୦ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଠାକୁର ଯୋଗ ସିଂ ରାଠୋରଙ୍କ ପୁଅ ଓମ ସିଂ ରାଠୋରଙ୍କ ନାମରେ ଚୋଟିଲା ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯାଇଛି।
ଘଟଣା ହେଉଛି, ଓମ ସିଂ ନାମକ ଯୁବକଙ୍କ ଏହି ସ୍ଥାନରେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଓମଙ୍କ ବୁଲେଟ ଜବତ କରିଥିଲା। ପରେ ବୁଲେଟଟିକୁ ପୋଲିସ ଥାନାରେ ଆଣି ରଖିଥିଲା। କିନ୍ତୁ ରାତିରେ ହଠାତ୍‌ ବାଇକଟି ଥାନାରୁ ଗାଏବ ହୋଇଯାଇଥିଲା। ପୋଲିସ ଖୋଜିବା ପରେ ଘଟଣାସ୍ଥଳରେ ବାଇକ ପଡିଥିବା ଦେଖିବାକୁ ପାଇଥିଲା। କେବଳ ଥରେ ନୁହେଁ ପ୍ରତିଦିନ ରାତିରେ ଏହି ଘଟଣା ବାରବାର ଘଟିବାରୁ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଶେଷରେ ପୋଲିସ ବାଇକକୁ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିଲା। ପରେ ଓମଙ୍କ ବାପା ଓମଙ୍କ ମୃତ୍ୟୁସ୍ଥଳୀରେ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଯାହା ବୁଲେଟ ବାବା ମନ୍ଦିର ଭାବେ ପରିଚିତ। ବିଶ୍ୱାସ ଅଛି କି, ଓମ ବନ୍ନାଙ୍କର ଆତ୍ମା ସେହି ମନ୍ଦିରେ ରହୁଛି। ସେହି ମନ୍ଦିର ଦେଇ ଯାତ୍ରୀ ଅତିକ୍ରମ କଲେ ସେଠାରେ ଅଟକି ପୂଜା ନିଶ୍ଚୟ କରିଥାନ୍ତି। ଓମ୍‌ ବାନ୍ନା ବା ବୁଲେଟ ବାବା ସେମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri