Categories: ଜାତୀୟ

ବାହୁବଳୀ ବିଧାୟକଙ୍କ ହୋଟେଲ ଉପରେ ଚାଲିଲା ବୁଲ୍‌ଡୋଜର

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନର ବାହୁବଳୀ ବିଧାୟକ ମୁକ୍ତାର ଅନସାରୀଙ୍କ ହୋଟେଲରେ ରବିବାର ସକାଳେ ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର ଚଲାଯାଇଛି। ବେଆଇନ ନିର୍ମାଣ ହଟାଇବା ଲାଗି ଏଭଳି କରାଯାଇଛି। ଗାଜିପୁରଠାରେ ଥିବା ଅନସାରୀଙ୍କ ହୋଟେଲ ଗଜଲ୍‌ରେ ଅତିକ୍ରମଣ ହଟାଯାଇଛି। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ମାଫିଆଙ୍କ ଦଖଲରେ ଥିବା ଜମି ଉପରେ ଗରିବଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବ। ଏହାର ଗୋଟିଏ ଦିନ ପରେ ପ୍ରଶାସନ ପକ୍ଷରୁ ଏଭଳି କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହୋଟେଲ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share