Posted inଜାତୀୟ

ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଅ:ଏଏପି

ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବୁଲ୍‌ଡୋର ରାଜନୀତିକୁ ସମାଲୋଚନା କରିଛି। ବୁଲ୍‌ଡୋଜର ଚଢ଼ାଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଘର ଓ ଭାଜପା ମୁଖ୍ୟାଳୟକୁ ମାଟିରେ ମିଶାଇଲେ ଦେଶକୁ ଚିରଦିନ ପାଇଁ ସାମ୍ପ୍ରଦାୟିକ ହିଂସାରୁ ମୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ କହିଛି।
ଏଏପି ପକ୍ଷରୁ କୁହାଯାଇଛି ଯେ, ହନୁମାନ ଜୟନ୍ତୀରେ ଭାଜପା ପକ୍ଷରୁ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଜାହାଙ୍ଗୀରପୁରୀ ହିଂସା ଏହାର ପରିଣାମ। ରାମ ନବମୀରେ ଦେଶର ବିଭିନ୍ନ ଭାଗରେ ଏପରି ହିଂସା ଦେଖିବାକୁ ମିଳିଛି। ସାମ୍ପ୍ରଦାୟିକ ହିଂସା ଓ ଦଙ୍ଗା ଉସୁକାଇବା ଉଦ୍ଦେଶ୍ୟରେ ଭାଜପା ବିଗତ ୮ ବର୍ଷରେ ଦେଶରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ପାଇଛି। ଅନୁରୂପ ଭାବେ ଭାଜପା ନେତା ଓ ଗୈରିକ ଦଳ ଶାସନାଧୀନ ଦିଲ୍ଲୀ ମହାନଗର ନିଗମଗୁଡ଼ିକର ଅଧିକାରୀମାନେ ଜାତୀୟ ରାଜଧାନୀରେ ୧୫ ବର୍ଷ ହେଲା ରୋହିଙ୍ଗ୍ୟା ଏବଂ ବାଂଲାଦେଶୀଙ୍କୁ ଥଇଥାନ କରିଛନ୍ତି। ସେହି ନେତାମାନଙ୍କ ଘର ମଧ୍ୟ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଉ ବୋଲି ଏଏପି ନେତା ଆତିଶି ଏକ ଭିଡିଓ ମେସେଜ୍‌ରେ ଦାବି କରିଛନ୍ତି।
ଯାହାଙ୍କ ଇତିହାସ ଦୁର୍ନୀତି ଓ ଦଙ୍ଗାକୁ ନେଇ ଲେଖାଯାଇଛି, ସେମାନେ କିପରି ଏଭଳି ମନ୍ତବ୍ୟ ଦେଇପାରୁଛନ୍ତି। ସେମାନେ ଘୃଣାର ମଞ୍ଜି ବୁଣି ଦେଶର ହିତ ସାଧନ କରୁନାହାନ୍ତି, ବରଂ ଛବିକୁ ଖରାପ କରୁଛନ୍ତି ବୋଲି ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଲୋଚନା କରିଛନ୍ତି।

ବୁଲ୍‌ଡୋଜର ଆଗରେ ବ୍ରିନ୍ଦା

ସିପିଆଇଏମ୍‌ ପଲିଟ୍‌ବ୍ୟୁରୋ ସଦସ୍ୟା ବ୍ରିନ୍ଦା କରାଟ୍‌ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଧରି ବ୍ୟକ୍ତିଗତ ଭାବେ ଉଚ୍ଛେଦସ୍ଥଳକୁ ଯାଇଥିଲେ। ଉଚ୍ଛେଦ ବେଳେ ସେ ବୁଲ୍‌ଡୋଜର ଆଗରେ ଛିଡ଼ାହୋଇ ବାଧା ଦେଇଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ଦେଶର ଆଇନ ଓ ସମ୍ବିଧାନକୁ ବେଆଇନ ଭାବେ ଉଚ୍ଛେଦ କରାଯାଇଛି। ଅନ୍ତତଃ ସୁପ୍ରିମକୋର୍ଟ ଏବଂ ଅଦାଲତଙ୍କ ରାୟକୁ ବୁଲ୍‌ଡୋଜ୍‌ କରିବା ଅନୁଚିତ ବୋଲି ବ୍ରିନ୍ଦା ଖବରଦାତାଙ୍କୁ କହିଥିଲେ।

ସାମ୍ବିଧାନିକ ମୂଲ୍ୟବୋଧ ବିଧ୍ୱସ୍ତ: ରାହୁଲ

ସ୍ଥିତାବସ୍ଥା ବଜାୟ ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜାହାଙ୍ଗୀରପୁରୀରେ ଉଚ୍ଛେଦ ଅଭିଯାନ ଚାଲିଥିଲା। ଏହା ଭାଜପା ଦ୍ୱାରା ସାମ୍ବିଧାନିକ ମୂଲ୍ୟବୋଧର ମୂଳପୋଛ। ଏହା ହେଉଛି ଗରିବ ଓ ସଂଖ୍ୟାଲଘୁଙ୍କ ଉପରେ ସରକାର ପ୍ରାୟୋଜିତ ଆକ୍ରମଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟରରେ ସମାଲୋଚନା କରିଛନ୍ତି। ଏଥିସହ ସେ ଭାରତୀୟ ସମ୍ବିଧାନ ମୁଖବନ୍ଧକୁ ଏକ ବୁଲ୍‌ଡୋଜର ଟାର୍ଗେଟ କରୁଥିବା ଫଟୋକୁ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୃଣାର ବୁଲ୍‌ଡୋଜରକୁ ସୁଇଚ୍‌ ଅଫ୍‌ କରି କେଇଲା ସଙ୍କଟ ସମୟରେ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରନ୍ତୁ ବୋଲି ରାହୁଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri