Categories: ଫୁରସତ

ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ପରମାର ବଂଶ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର ଆସ୍ଥା ଏବଂ ଶିଳ୍ପକଳା ସହିତ ଜଡ଼ିତ ରହିଛି। ଏହାର ନାମ ହେଉଛି ନୀଳକଣ୍ଠେଶ୍ୱର ମନ୍ଦିର। ଏହି ମନ୍ଦିରରେ ଥିବା ଦୁଇଟି ଶିଳାଲେଖରେ ୧୦୫୯ରୁ ୧୦୮୦ ଖ୍ରୀଷ୍ଟାବ୍ଦରେ ଉକ୍ତ ମନ୍ଦିର ନିର୍ମାଣ କରାଯାଇଥିବା ଲେଖାଯାଇଛି।

ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରତିଦିନ ସୂର୍ଯ୍ୟ କିରଣରେ ଅଭିଷେକ କରାଯାଇଥାଏ। ସୂର୍ଯ୍ୟଙ୍କ ପ୍ରଥମ କରିଣ ମନ୍ଦିରର ଗର୍ଭଗୃହସ୍ଥିତ ଶିବଲିଙ୍ଗ ଉପରେ ପଡ଼ିଥାଏ। ଲୋକେ ଏହି ମନ୍ଦିରରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦେଖିବା ସହ ଭୋଳାନାଥଙ୍କ ଦର୍ଶନ ମଧ୍ୟ କରିଥାନ୍ତି।

ଏହି ମନ୍ଦିରର ଏକ ବିଶେଷତ୍ତ୍ୱ ହେଲା ଏହାର ନିର୍ମାଣ ପୌଷ ନକ୍ଷତ୍ରରେ କରାଯାଇଥିଲା। ମନ୍ଦିରର ନିର୍ମାଣ ଗୋଟିଏ ରାତିରେ ହିଁ କରାଯାଇଥିଲା। ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇଥିବାରୁ ଉଦୟେଶ୍ୱର ମହାଦେବ ନାମରେ ମଧ୍ୟ ଜଣାଶୁଣା।

Share